ସ୍ଵାଧୀନତାର ୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଗୋଡ୍ରେଜ କମ୍ପାନୀର  କାହାଣୀ ବହୁତ ରୋଚକର । ଏକ ଛୋଟିଆ ଗୋଦାମରୁ ତାଙ୍କର ବ୍ୟବସାୟ ଯାତ୍ରା ଆରମ୍ଭ କରିଥିଲେ ଗୋଡ୍ରେଜ କମ୍ପାନୀର ପ୍ରତିଷ୍ଠାତା ଆରଦେଶୀର ଗୋଡ୍ରେଜ ।  ଇଂଲଣ୍ଡରୁ ଆମଦାନୀ ହୋଇଥିବା ତୁଳନାରେ ଆରଦେଶୀର ଗୋଡ୍ରେଜ ଭଲ ତାଲା ତିଆରି କରୁଥିଲେ। ଯେତେବେଳେ ମୁମ୍ବାଇରେ ଚୋରି ସଂଖ୍ୟା  ବୃଦ୍ଧି ପାଇଲା  ସେତେବେଳେ ଲକର ତିଆରି କରିବାର ଆଇଡିଆ ତାଙ୍କ ମୁଣ୍ଡକୁ ଜୁଟିଥିଲା । କମ୍ପାନୀ ପ୍ରଥମ ଲୋକସଭା ନିର୍ବାଚନ ପାଇଁ୧୭ ଲକ୍ଷ ବାଲାଟ ବକ୍ସ ପ୍ରସ୍ତୁତ କରିଥିଲା।

Advertisment

ସ୍ୱାଧୀନତାର ୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଗୋଡ୍ରେଜ କମ୍ପାନୀ ଆଜି ବିଭାଜନ ହେବାକୁ ଯାଉଛି ।

ପ୍ରଥମ ଲୋକସଭା ନିର୍ବାଚନ ପାଇଁ କମ୍ପାନୀ ୧୭ ଲକ୍ଷ ବାଲାଟ ବକ୍ସ ତିଆରି କରିଥିଲା ।

ଗୋଡ୍ରେଜ ତାଲା ତୁଳନାରେ ଇଂଲଣ୍ଡରୁ ଆମଦାନୀ ହୋଇଥିବା ତାଲା ଫିକା ପଡିଯାଇଥିଲା ।

୧୨୬ ବର୍ଷ ପୁରୁଣା କମ୍ପାନୀ ଆଜି ବିଭାଜନ ହେବାକୁ ଯାଉଛି ।  ଆମେ ସେହି କମ୍ପାନୀ ବିଷୟରେ କହୁଛୁ ଯାହାର ଉତ୍ପାଦ ଆପଣ ପ୍ରତ୍ୟେକ ଘରେ ପାଇବେ । କାରଣ ଗୋଡ୍ରେଜ୍ ଗ୍ରାହକଙ୍କ ପାଇଁ ମଜବୁତି ଏବଂ ନିର୍ଭରଯୋଗ୍ୟତାର ଅନ୍ୟ ଏକ ନାମ ଭାବରେ ଉଭା ହେଇ ଛିଡାହେଇଛି । ଆମେ ଝିଅ ବାହାଘର ହେଉ କିମ୍ବା ନୂଆ ଦୋକାନ ପାଇଁ ସେଫ କିଣିବା ହେଉ ଆମ ମନକୁ ଯେଉଁ ନାମ ପ୍ରଥମେ ଆସେ ତାହା ହେଲା ‘ଗୋଡ୍ରେଜ୍’ । ଏହା ଭାରତର କୋଟି କୋଟି ଲୋକଙ୍କ ପ୍ରିୟ ବ୍ରାଣ୍ଡ ।  ଗୋଡ୍ରେଜ ଦେଶର ଅନ୍ୟତମ ପୁରାତନ କମ୍ପାନୀ ଅଟେ । ଏହି କମ୍ପାନୀ ସ୍ୱାଧୀନତାର ୫୦ ବର୍ଷ ପୂର୍ବରୁ ଅର୍ଥାତ୍ ୧୨୬ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା । ଗୋଡ୍ରେଜର ବ୍ୟବସାୟ ଯାତ୍ରା ଯେତିକି ଲମ୍ବା ସେତିକି ରୋଚକର ମଧ୍ୟ ।

ଏହି ବ୍ରାଣ୍ଡ ଏତେ ଲୋକପ୍ରିୟ ଥିଲା ଯେ ଇଂଲଣ୍ଡ ରାଣୀ ମଧ୍ୟ ଭାରତ ଗସ୍ତ ସମୟରେ କମ୍ପାନୀର ଗୋଟିଏ ଉତ୍ପାଦ ବ୍ୟବହାର କରିଥିଲେ । କେବଳ ଏତିକି ନୁହେଁ, ଏହି କମ୍ପାନୀକୁ  ଆନି ବେସାନ୍ତ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କ ପରି ମହାନ ବ୍ୟକ୍ତିଙ୍କ ସମର୍ଥନ ଥିଲା ।

ଗୋଡ୍ରେଜ ତୁଳନାରେ ଇଂଲଣ୍ଡର ତାଲା ମଧ୍ୟ ଦୁର୍ବଳ ଥିଲା

ଏହା ହେଉଛି ଏପରି ଜଣେ ବ୍ୟକ୍ତିଙ୍କ କାହାଣୀ ଯିଏ ଇଂଲଣ୍ଡରୁ ଆମଦାନୀ ହୋଇଥିବା ଲୋକଙ୍କ ଅପେକ୍ଷା ଭଲ ତାଲା ତିଆରି କରିଥିଲେ । ଏକ ଛୋଟିଆ ଗୋଦାମରୁ ତାଙ୍କର ବ୍ୟବସାୟ ଯାତ୍ରା ଆରମ୍ଭ କରିଥିଲେ ଗୋଡ୍ରେଜ କମ୍ପାନୀର ପ୍ରତିଷ୍ଠାତା ଆରଦେଶୀର ଗୋଡ୍ରେଜ ।  ଆରଦେଶୀର ଗୋଡ୍ରେଜଙ୍କର ପ୍ରଥମ ଆଗ୍ରହ ଥିଲା ଓକିଲ ହେବାପାଇଁ  । ୭ ମଇ ୧୮୯୭ ରେ ଆରଦେଶୀର ଗୋଡ୍ରେଜ ତାଙ୍କର ଓକିଲାତି ଆଗ୍ରହକୁ ତ୍ୟାଗ କରି ଏକ ଶେଡରେ ଗୋଡ୍ରେଜ୍ ଗ୍ରୁପ୍ ଆରମ୍ଭ କରିଥିଲେ ।

ବମ୍ବେରେ  ଚୋରି ଯୋଗୁଁ ତିଆରି ହେଇଥିଲା ଲକର

publive-image

ସେତେବେଳେ ମୁମ୍ବାଇରେ ଚୋରି ମାମଲା ଯଥେଷ୍ଟ ବୃଦ୍ଧି ପାଇଥିଲା । ସେତେବେଳେ ଏହା ପ୍ରତିଦିନ ଖବରକାଗଜର ହେଡଲାଇନରେ ବାହାରୁଥିଲା ।  ଏଠାରୁ ଆରଦେଶୀରଙ୍କ ମୁଣ୍ଡକୁ  ଏକ ନୂତନ ଆଇଡିଆ  ଆସିଲା । ତାଙ୍କ କମ୍ପାନୀ ଶକ୍ତିଶାଳୀ ଲକର ତିଆରି କରିବା ଆରମ୍ଭ କରିଥିଲା ଏବଂ ଏହା ବେଶ ଲୋକପ୍ରିୟ ମଧ୍ୟ ହେବାକୁ ଲାଗିଲା ।  ୧୯୨୩ ମସିହାରେ ଆରଦେଶୀର ଆଲମିରା ମଧ୍ୟ ତିଆରି କରିବା ଆରମ୍ଭ କଲେ । ଲକ୍ ଏବଂ ଆଲମିରା ପରେ ଗୋଡ୍ରେଜ୍ ମଧ୍ୟ ସାବୁନ୍ ତିଆରି କରିଥିଲେ ।  ପଶୁଚର୍ବି ବିନା ଏହା ଦୁନିଆର ପ୍ରଥମ ସାବୁନ୍ ଥିଲା । ସ୍ବାଧୀନତା ପରେ ଗୋଡ୍ରେଜ ବ୍ୟବସାୟ ବିସ୍ତାର ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇଲେ ।

ଇଂରେଜମାନଙ୍କ ସହ ଝଗଡା ହେଇଥିଲା  ଓକିଲାତି ପଢିବା ପରେ  ଆରଦେଶୀର କାମ ପାଇଁ ପୂର୍ବ ଆଫ୍ରିକା ଯାଇଥିଲେ ସେଠାରେ ତାଙ୍କର ମନ ଲାଗିଲାନାହିଁ । ତାପରେ ଭାରତ ଫେରି ଆସି ଏକ ମେଡିକାଲ ଦୋକାନରେ ଆସିଷ୍ଟାଣ୍ଟ ଭାବରେ କାମ କରିବା ଆରମ୍ଭ କଲେ । ଏଠାରେ କାର୍ଯ୍ୟ କରିବାବେଳେ ସେ ସର୍ଜିକାଲ୍ ଇନ୍ସଟ୍ରୁମେନ୍ଟ ତିଆରି କରିବାକୁ ଚିନ୍ତା କରିଥିଲେ ।  ଏଥିପାଇଁ ସେ ୩୦୦୦ ଟଙ୍କା ଋଣ ଆଣିଥିଲେ । ଏହା ପରେ ସେ ଏକ ବ୍ରିଟିଶ କମ୍ପାନୀ ପାଇଁ ସର୍ଜିକାଲ୍ ଯନ୍ତ୍ର ତିଆରି କରିବାର ଅର୍ଡର ପାଇଥିଲେ । ଆରଦେଶୀର ସର୍ଜିକାଲ୍ ଇନ୍ସଟ୍ରୁମେନ୍ଟ ତିଆରି କରୁଥିଲେ ଏବଂ ବ୍ରିଟିଶ କମ୍ପାନୀ ସେଗୁଡିକୁ ବିକ୍ରି କରୁଥିଲେ । କିନ୍ତୁ ଏହି ଉତ୍ପାଦଗୁଡିକର ବ୍ରାଣ୍ଡିଂକୁ ନେଇ ବିବାଦ ଦେଖାଦେଇଥିଲା ।  ଆରଦେଶୀର ଚାହୁଁଥିଲେ ତାଙ୍କ ଉତ୍ପାଦ ଉପରେ ମେଡ୍ ଇନ୍ ଇଣ୍ଡିଆ ଟ୍ୟାଗ୍ ରହୁ କିନ୍ତୁ ବ୍ରିଟିଶ ମାନେ ଏଥିରେ ରାଜି ହୋଇନଥିଲେ। ଏହାକୁ ନେଇ ବିବାଦ ତୀବ୍ର ହୋଇଥିଲା ।

୧୭ ଲକ୍ଷ ବାଲାଟ ବାକ୍ସ ତିଆରି କରାଯାଇଥିଲା

publive-image

ସ୍ୱାଧୀନ ଭାରତର ପ୍ରଥମ ଲୋକସଭା ନିର୍ବାଚନ ୧୯୫୧ ମସିହାରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ପାଇଁ ଗୋଡ୍ରେଜ୍ କମ୍ପାନୀ ଦ୍ୱାରା ପ୍ରାୟ ୧୭ ଲକ୍ଷ ବାଲାଟ୍ ବକ୍ସ ପ୍ରସ୍ତୁତ କରାଯାଇଥିଲା । ଏହା ପରେ ଗୋଡ୍ରେଜ୍ ମଧ୍ୟ ରେଫ୍ରିଜରେଟର ତିଆରି କରିବା ଆରମ୍ଭ କଲେ | ଆଜି କମ୍ପାନୀ ଅନେକ ଉତ୍ପାଦ ତିଆରି କରୁଛି ।