କନକ ବ୍ୟୁରୋ: ଜନ୍ମରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ହାର ମାନିନାହାନ୍ତି ଭାଇଭଉଣୀ । ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଦକ୍ଷତାକୁ ପ୍ରମାଣ କରିଛନ୍ତି ଦୁଇ ଭାଇ ଭଉଣୀ ସାଗରିକା ଓ ସତ୍ୟବ୍ରତ । ମହାମହିମ ରଷ୍ଟ୍ରପତିଙ୍କ ସାମ୍ନାରେ ରଙ୍ଗବତୀ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରି ପ୍ରଶଂସା ସାଉଁଟିଛନ୍ତି । ଯାଜପୁର ଝାଲପଡା ଗାଁର ଦିବ୍ୟାଙ୍ଗ ଭାଇ ଭଉଣୀ ସାଗରିକା ଓ ସତ୍ୟବ୍ରତଙ୍କ ସଂଘର୍ଷ ଓ ସଫଳତାର କାହାଣୀ ।