କନକ ବ୍ୟୁରୋ: ଆଇ ଏଜୁକେଟ କ୍ଲାସେସ କନିକା ଛକ, ମହାନଦୀ ବିହାର ବ୍ରାଞ୍ଚ ଓ କଲେଜ ସ୍କୋୟାର ବ୍ରାଞ୍ଚ ଚଳିତ ବର୍ଷ ସିବିଏସଇ, ଆଇସିଏସସି ଦଶମ ଓ ଦ୍ୱାଦଶ ପରୀକ୍ଷାରେ ତାର ସଲଫଳତାର ଧାରା ଜାରି ରଖିଛି । ଏହି ପରୀକ୍ଷାରେ ଶତପ୍ରତିଶତ ସଫଳତାର ସହିତ ସମସ୍ତ ପିଲା ଉତ୍ତର୍ଣ୍ଣୀ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ରଖିଥିବା ପିଲାମାନେ ହେଲେ ଅର୍ପିତ ବେହେରା ୯୮%, ଆୟୁଷ୍ମାନ ସାହୁ ୯୫%, ଦେବାଦିତ୍ୟ ପ୍ରଧାନ ୯୫%, ସ୍ୱାୟଂ କୁମାର ସାହୁ ୯୩%, ଆର୍ୟ ପାଲ ୯୩%, ଶୁଭଶ୍ରୀ ଏସ ପୃଷ୍ଟି ୯୨% ଦଶମ ଏବଂ ଅଭିଷେକ କାନୁନଗୋ ୯୦%, ତନିଶା ମୋଡା ୯୫%, ଦ୍ୱାଦଶ ଶ୍ରେଣୀର ପିଲା ଅଟନ୍ତି । ଉକ୍ତ ପିଲାମାନଙ୍କୁ ଆଇ ଏଜୁକେଟ ପ୍ଲାସେସର ଡାଇରେକ୍ଟର ସ୍ନିଗ୍ଧାରାଣୀ ଷଡଙ୍ଗୀ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଦେବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।