କନକ ବ୍ୟୁରୋ: ଏସିଆନ୍ କ୍ରୀଡ଼ାର ପଞ୍ଚମ ଦିନ ଆରମ୍ଭରୁ ଭାରତ ଖାତାକୁ ଆସିିଛି ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ । ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ମିିଳିଛି ଦଳଗତ ସଫଳତା । ଚୀନକୁ ପରାସ୍ତ କରି ଦଳ ଶେଷ ମୁହୂର୍ତରେ ଜିତିଛି ସ୍ୱର୍ଣ୍ଣ । ଭାରତ ପକ୍ଷରୁ ସରବଜୋତ ସିଂ, ଅର୍ଜୁନ୍ ସିଂ ଚିମା ଓ ସିବା ନରୱଲ ଆଣିଛନ୍ତି ଏହି ସଫଳତା । ସେହିପରି ମହିଳା ୬୦ କେଜି ଉଷୁ ପ୍ରତିଯୋଗିତାରେ ଭାରତ ପକ୍ଷରୁ ରୋଶିବିନା ଦେବୀ ରୌପ୍ୟ ଜିତିଥିଲେ । ଏବେ ପଦକ ତାଲିକାରେ ଭାରତ ମୋଟ ୨୪ ପଦକ ସହ ପଞ୍ଚମ ସ୍ଥାନରେ ରହିଛି ।
ଏସିଆନ୍ ଗେମ୍ସର ପଞ୍ଚମ ଦିନରେ ଭାରତକୁ ସଫଳତା । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ । ଉସୁରେ ରୋଶିବିନା ଦେବୀ ଆଣିଲେ ରୌପ୍ୟ
/kanak/media/post_attachments/wp-content/uploads/2023/09/F7FJeeSbYAAEZMF.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)