କେନ୍ଦ୍ରାପଡାରେ ଏମୁ ପକ୍ଷୀ ଚାଷ କରି ଉଦାହରଣ ପାଲଟିଲେ ହେମନ୍ତ କୁମାର । ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗରେ କରୁଛନ୍ତି ନୂଆ ନୂଆ କିସମର ଧାନ ଓ ପନିପରିବା ଚାଷ

Advertisment
କେନ୍ଦ୍ରାପଡାରେ ଏମୁ ପକ୍ଷୀ ଚାଷ କରି ଉଦାହରଣ ପାଲଟିଲେ ହେମନ୍ତ କୁମାର । ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗରେ କରୁଛନ୍ତି ନୂଆ ନୂଆ କିସମର ଧାନ ଓ ପନିପରିବା ଚାଷ

କନକ ବ୍ୟୁରୋ: ମାର୍ଶାଘାଈ ଅଂଚଳର ହେମନ୍ତ କୁମାର କର । ନିଜ ଚେଷ୍ଟା ବଳରେ ସମନ୍ୱୀତ କୃଷି ପ୍ରଣାଳିରେ ଚାଷ କାର୍ଯ୍ୟ କରି ହୋଇପାରିଛନ୍ତି ସଫଳ । ଉନ୍ନତ ଜ୍ଞାନ କୈାଶଳ ପ୍ରୟୋଗ କରି ନୂଆ ନୂଆ କିସମର ଧାନ , ପନିପରିବା ଏବଂ କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଏମୁ ପକ୍ଷୀ ଚାଷ ଆରମ୍ଭ କରି ପାଲଟିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ ।

publive-image

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଅର୍ନ୍ତଗତ ଦରବଛା ଗ୍ରାମର ହେମନ୍ତ କୁମାର କର ନିଜର ପ୍ରାୟ ୫ ଏକର ଜମିରେ ଏକ ଫାର୍ମ ହାଉସ କରି ଆରମ୍ଭ କରିଥଲେ ସମନ୍ୱୀତ କୃଷି ପ୍ରାଣାଳିରେ ଚାଷ କାର୍ଯ୍ୟ । ବିଭିନ୍ନ ନୁଆ ନୁଆ କିସମର ଧାନ ସହିତ କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କରି ଆରମ୍ଭ କରିଥିଲେ ଏମୁ ପକ୍ଷୀ ଚାଷ । ୨୦୧୦ ମସିହାରେ ଗଂଜାମ ଜିଲ୍ଲାର ଛତ୍ରପୁର ଅଂଚଳରୁ ୧୦ଟି ଏମୁ ଛୁଆ ଆଣି ଆରମ୍ଭ କରିଥିଲେ ଚାଷ । ଏମୁ ପକ୍ଷୀର ଚାହିଦା ଦେଶର ଅନ୍ୟ ରାଜ୍ୟ ଏବଂ ବାହାର ଦେଶରେ ଥିବା ବେଳେ ଓଡିଶାରେ ସରକାରୀ ପ୍ରୋତ୍ସାହନ ଏବଂ ଏହାର ମାର୍କେଟ୍ ସହିତ ପ୍ରୋସେସିଙ୍ଗ ପ୍ଲାଂଟ ନଥିବାରୁ ଏମୁ ଚାଷର ଚାହିଦା ଧୀରେ ଧୀରେ କମିଯାଉଛି । ଗୋଟିଏ ଗୋଟିଏ ଏମୁର ଓଜନ ୪୦ ରୁ ୫୦ କେଜି ପର୍ଯ୍ୟନ୍ତ ହେଉଥିବା ବେଳେ ଏହି ପକ୍ଷୀର ମାଂସ କୋଲୋଷ୍ଟରଲ୍ ଫ୍ରୀ ଏବଂ ଫ୍ୟାଟ୍ ଫ୍ରୀ ହେବା ସହିତ ଚର୍ବିରୁ ବାହାରୁଥିବା ତେଲରେ ବିଭିନ୍ନ େଓ÷ାଷଧୀୟ ଗୁଣ ରହିଛି ।

publive-image

କେବଳ ଏକିତି ନୁହେଁ ଚଳିତ ବର୍ଷ ପରିକ୍ଷା ମୁଳକ ଭାବରେ କଳା ଧାନ ଚାଷ ବି କରିଛନ୍ତି ହେମନ୍ତ । କଳା ଧାନ ଚାଷରେ ସଫଲ ହେଲେ ଆଗାମି ଦିନରେ ଏହି ଚାଷକୁ ଅଧୀକ ମାତ୍ରାରେ ଚାଷ କରିବେ ବୋଲି ସେ କହିଛନ୍ତି କଳା ଧାନରେ ଭିଟାମିନ ରହିବା ସହିତ ହୃଦ ରୋଗି ଏବଂ ଡାଇବେଟିସ୍ ରୋଗି ମାନଙ୍କ ପାଇଁ ବେଶ୍ ଉପକାରି ବୋଲି ସେ କହିଛନ୍ତି । ରାଜ୍ୟ ସରକାର ଏମୁ ପକ୍ଷୀ ଚାଷ ନିମନ୍ତେ ପ୍ରୋତ୍ସାହନ ଦେବା ସହିତ ଏହାର ବିକ୍ରି ବଟା ନିମନ୍ତେ ବ୍ୟବସ୍ଥା ଗ୍ରହଣ କଲେ ଏହି ପକ୍ଷିର ଚାଷ ବହୁଳ ମାତ୍ରାରେ କରିବାକୁ ଆଗ୍ରହ ପ୍ରକାଶ କରନ୍ତେ ବୋଲି ହେମନ୍ତ ମତ ଦେଇଛନ୍ତି ।

publive-image

ସମନ୍ୱୀତ କୃଷି ପଦ୍ଧତିରେ ଚାଷ କାର୍ଯ୍ୟ ଆରମ୍ଭ କରି ହେମନ୍ତ ବେଶ୍ ଦୁଇପଇସା ରୋଜଗାର କରିବା ସହିତ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଜାତୀୟ ସ୍ତରରେ ହେମନ୍ତ ତିନି ତିନି ଥର ଜାତୀୟ ପୁରଷ୍କାର ହାତେଇଥିବା ବେଳେ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ଚାଷୀ ଭାବେ ପୁରସ୍କୃତ ହୋଇଛନ୍ତି । ବିଭିନ୍ନ ସମୟରେ ଜିଲ୍ଲା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷି ମାନେ ତାଙ୍କର ଫାର୍ମ ହାଉସ ଆସି କୃଷି ପଦ୍ଧତି ଏବଂ ଏମୁ ପକ୍ଷୀ ଚାଷ ବିଷୟରେ ହେମନ୍ତଙ୍କ ସହିତ ଆଲୋଚନା କରିବା ସହ ଏଭଳି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe