କନକ ବ୍ୟୁରୋ: ନିମ୍ନ ମାନର କାମ କରି ମାଲେମାଲ ଠିକାଦାର ଓ ଯନ୍ତ୍ରୀ । ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କରାଯାଉଥିବାବେଳେ ଠିକାଦାରଙ୍କ ମନମାନି ସହ ନିମ୍ନ ମାନର କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଛନ୍ତି । ଏନେଇ ଅଭିଯୋଗ କଲେ ବି ଶୁଣୁ ନାହାନ୍ତି ଅଧିକାରୀ ।
ପଥର ଓ ଡଷ୍ଟ ପଡିବା ସ୍ଥାନରେ କେବଳ ବାଲି ଓ ଡଷ୍ଟ ପଡିଛି । କେଉଁଠି ୩ ଫୁଟ ଚଉଡା ତ କେଉଁଠି ୪ ଫୁଟର କାମ ହୋଇଛି । କେବଳ ସେତିକି ନୁହେଁ ନୂଆ ପୋଲ ନିର୍ମାଣ କରିବା ବଦଳରେ ପୁରୁଣା ପୋଲର ଉଭୟ ପଟରେ ପୋଲ ଯୋଡି କରାଯାଉଛି କାମ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତ୍ରୀବେଣି ଛକରୁ ମେଣ୍ଡାମାଳକୁ ସଂଯୋଗ କରୁଥିବା ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଯିବାଆସିବା କରୁଛନ୍ତି । ହେଲେ ଅତି ନିମ୍ନ ମାନର କାମ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । କାମ ସ୍ଥାନରେ ଯନ୍ତ୍ରୀ କି କୌଣସି ଅଧିକାରୀଙ୍କ ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଏହିଭଳି ମନମୁଖୀ କାମର ବିରୋଧ କରିବା ସହ ତଦନ୍ତ କରିବାକୁ ଦାବି କରିଛନ୍ତି ।
ବାଗଡିଆ ନାଳ ଉପରେ ଥିବା ପୁରୁଣା ସେତୁ ମରାମତି କରି ଟଙ୍କା ହଡପ କରିବାକୁ ଚାଲିଛି ମସୁଧା । ୩୦ ବର୍ଷର ଏହି ସେତୁର ଉଭୟ ପାଶ୍ୱର୍ରେ ଥିବା ଗାଡ ୱାଲକୁ ଭାଙ୍ଗି ଦେଇଛି ଠିକା ସଂସ୍ଥା । ଏବେ ବର୍ଷା ଋତୁ ଥିବାରୁ ଲୋକେ ଅନେକ ସମସ୍ୟା ଭୋଗିବା ନେଇ ଅଭିଯୋଗ କରିଛନ୍ତି । ସେହିଭଳି ତ୍ରିବେଣି ଛକରୁ ମେଣ୍ଡାମାଳ ଓ ବାରଝୁଲାରୁ କର୍ଡାପାଲ ପର୍ୟ୍ୟନ୍ତ ରାସ୍ତା ପାଇଁ ୧୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ହେଲେ ଠିକା ସଂସ୍ଥା ମନମୁଖୀଭାବେ ନିମ୍ନ ମାନର କାମ କରୁଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାର ତଦନ୍ତ ନେଇ କହିଛନ୍ତି ଦାୟିତ୍ବରେ ଥିବା ଅଧିକାରୀ ।
ସୂଚନାଯୋଗ୍ୟ ଯେ, ରାସ୍ତାକାମ ନେଇ ଚଞ୍ଚକତା କରାଯାଉଥିବା ବେଳେ ଏନେଇ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/07/14.jpg)