କନକ ବ୍ୟୁରୋ : ଚାଷୀଙ୍କ ଭାରତ ବନ୍ଦ ଡାକରା । କେଉଁଠି ଗଡିନି ବସ ପୁଣି କେଉଁଠି ଦୋକାନବଜାରରେ ପଡିଛି ତାଲା । ଦୈନନ୍ଦିନ ଜୀବନ ମଧ୍ୟ ବେଶ ବାଧାପ୍ରାପ୍ତ ହୋଇଛି । ଛାତ୍ରଛାତ୍ରୀମାନେ ସ୍କୁଲ ଯିବାକୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବୋର୍ଡ ପରୀକ୍ଷା ଭିତରେ ଏଭଳି ପରିସ୍ଥିତିରେ ସମ୍ମୁଖୀନ ହେବା ପରେ ଛାତ୍ରଛାତ୍ରୀଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଛି । ପେଟ୍ରୋଲ ପମ୍ପରେ ତାଲା ପଡିବା ଯୋଗୁଁ ଯାତାୟତ ପାଇଁ ବେଶ ସମସ୍ୟା ଦେଇ ଗତି କରିନ୍ତି ସାଧାରଣ ଯାତ୍ରୀ ।ଦିନ ତମାମ ଦେଶର ବିଭିନ୍ନ ରାଜ୍ୟରୁ ଆଜି ଏଭଳି ଦୃଶ୍ୟ ।

Advertisment

ଚାଷୀଙ୍କ ଭାରତ ବନ୍ଦ ଡାକରାର ପ୍ରଭାବ କେଉଁଠି ଅଧିକ ଦେଖିବାକୁ ମିଳିଛି ତ ପୁଣି କେଉଁଠି କମ ରହିଛି । କାଁଭାଁ କିଛି ସ୍ଥାନରେ ଅତ୍ୟଧିକ ଉତେଜନାପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିଛି  । କିଛି ସ୍ଥାନରେ ଟାୟାର ଜାଳି, ରାସ୍ତାଉପରେ ଟ୍ରକ ରୋକି ପ୍ରତିବାଦ କରାଯାଇଛି । କଂଗ୍ରେସ କହିଛି କେନ୍ଦ୍ର ସରକାର ୩ବର୍ଷ ପୂର୍ବରୁ ଚାଷୀଙ୍କୁ ଯେଉଁ ପ୍ରତିଶ୍ରୁତି ଚାଷୀଙ୍କୁ ତାକୁ ପୂରା ନକରିବାର ଇଏ ହେଉଛି ପରିଣାମ ।

ସେପଟେ ପଂଜାବ ଚାଷୀ ସଂଘ ଓ ପ୍ରଦେଶ କଂଗ୍ରେସ ହରିଆଣା ସରକାରଙ୍କ ବିରୋଧରେ ଜୋରଦାର ଆନ୍ଦୋଳନ ଦେଖିବାକୁ ମିଳିଛି । ଆନ୍ଦୋଳନରତ ଚାଷୀଙ୍କ ଉପରେ ଲାଠିଚାର୍ଜକୁ ବିରୋଧ କରି ପ୍ରଦର୍ଶନ କରିଛି ପ୍ରଦେଶ କଂଗ୍ରେସ ।

ଗୋଟେପଟେ ଚାଷୀଙ୍କ ଭାରତ ବନ୍ଦ ଡାକରା ଅନ୍ୟପଟେ ଦିଲ୍ଲୀ ଚଲୋ ଆନ୍ଦୋଳନ ପହଁଚିଛି ୩ଦିନରେ । ଦିଲ୍ଲୀ ସୀମାରେ ଆଜି ବି ଉତେଜନାପ୍ରୂ୍ଣ୍ଣ ସ୍ଥିତିି ଦେଖିବାକୁ ମିଳିଛି । ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ପରେ ଅଣଆୟତ ହୋଇପଡିଛି ସ୍ଥିିତି । ଲାଠିମାଡ, ଲୁହାବୁହା ଗ୍ୟାସ ପ୍ରୟୋଗ, ପଥରମାଡରେ ଥରହର ହୋଇଛି ଦିଲ୍ଲୀସୀମା ।