ଏଣିକି ଆଉ ସଂସଦ କ୍ୟାଂଟିନରେ ମିଳିବନି ରିହାତି ଦରରେ ଖାଦ୍ୟ : ହଟିଲା ସବସିଡି, ରୁଟି ଗୋଟାକୁ ୩ଟଙ୍କା; ନିରାମିଷ ଥାଳି ଶହେ

 ଆମିଷ ବୁଫେକୁ ୭ଶହ ଟଙ୍କାରେ କିଣି ଖାଇବେ ସାଂସଦ ଓ ମନ୍ତ୍ରୀ

198

କନକ ବ୍ୟୁରୋ : ଏଣିକି ଆଉ ସଂସଦ କ୍ୟାଂଟିନରେ ମିଳିବନି ରିହାତି ଦରରେ ଖାଦ୍ୟ । ସାଂସଦ ଓ ଅନ୍ୟାନ୍ୟ ପାଲାମେଂଟ କର୍ମଚାରୀଙ୍କୁ ଖାଦ୍ୟରେ ଦିଆଯାଉଥିବା ସବସିଡି ହଟାଇ ଦେବାକୁ ପୂର୍ବରୁ ଘୋଷଣା କରିଥିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ସେହି କ୍ରମରେ ସଂସଦ ଭବନ କ୍ୟାଟିଂନରେ ଖାଦ୍ୟର ନୂଆ ଦରକୁ ନେଇ ତାଲିକା ପ୍ରକାଶ ପାଇଛି । ଏଣିକି ରୁଟି ଗୋଟାକୁ ୩ଟଙ୍କା, ନିରାମିଷ ଥାଳିକୁ ଶହେ ଟଙ୍କା ଦେଇ କିଣିବେ ସଂସଦ ସଦସ୍ୟ । ସେହିପରି ଆମିଷ ବୁଫେକୁ ୭ଶହ ଟଙ୍କାରେ କିଣି ଖାଇବେ ସାଂସଦ ଓ ମନ୍ତ୍ରୀ ।