କନକ ବ୍ୟୁରୋ : ଇଭି ପାଇଁ ସବସିଡି ରାଶି ବୃଦ୍ଧି । ବିଦ୍ୟୁତ ଚାଳିତ ଯାନ କ୍ରୟ କରିବାକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସବସିଡି ରାଶି ପରିମାଣ ବୃଦ୍ଧି କରିଛନ୍ତି । ନୂତନ ନୀତି ଅନୁସାରେ ଦୁଇ ଚକିଆ ଯାନ ପାଇଁ ସର୍ବାଧିକ ୨୦ ହଜାର ଟଙ୍କା, ତିନି ଚକିଆ ପାଇଁ ୩୦ ହଜାର ଟଙ୍କା ଏବଂ ଚାରି ଚକିଆ ପାଇଁ ସର୍ବାଧିକ ୧ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟ ସରକାର ଇ-ଯାନକୁ ସବସିଡି ଦେବା ନେଇ ୨୦୨୧ ମସିହାରୁ ନିୟମ ପ୍ରଣୟନ କରିଥିଲେ ବି ଏଥିରେ ଆଶାନୁରୂପ ଉନ୍ନତି ଦେଖାଯାଇନଥିଲା। ଏବେ ସୁଦ୍ଧା ମାତ୍ର ୪.୪୮% ଇ-ଯାନ ପଞ୍ଜୀକୃତ ହୋଇଛି। ତେଣୁ ୨୦୨୫ ସୁଦ୍ଧା ଇ-ଯାନ ପଞ୍ଜୀକରଣ ୨୦%କୁ ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ସବସିଡି ବଢ଼ାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/1-62.jpg)