କମିଲା ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ !  ସିଲିଣ୍ଡର ପିଛା ୬ଟଙ୍କା ୫୨ ପଇସା ହ୍ରାସ । 

କମିବ ଏଲପିଜି ଦର ! କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ଜାଣନ୍ତୁ କ’ଣ ରହିବ ରନ୍ଧନଗ୍ୟାସର ମୂଲ୍ୟ ।

zeenews.india.com

କନକ ବ୍ୟୁରୋ : କମିଲା ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ । ସିଲିଣ୍ଡର ପିଛା ମୂଲ୍ୟ ୬ଟଙ୍କା ୫୨ପଇସା ହ୍ରାସ ପାଇଛି । ଏହି ଦର ଆଜିଠାରୁ ଲାଗୁ ହୋଇଛି । ଛଅ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବେ ସିଲିଣ୍ଡର ଦର ବଢ଼ିବା ପରେ ପ୍ରଥମ ଥର ପାଇଁ ଏଲପିଜି ଦର କମିଛି । ଦିଲ୍ଲୀରେ ୧୪ ଦଶମିକ୍ ୨ କେଜି ଏଲପିଜି ସିଲିଣ୍ଡର ମୂଲ୍ୟ ୫୦୦ ଟଙ୍କା ପଇସାକୁ ହ୍ରାସ ପାଇଛି । ପୂର୍ବ ୬ମାସ ଭିତରେ ସିଲିଣ୍ଡର ମୂଲ୍ୟ ୧୪ଟଙ୍କା ୧୩ ପଇସା ବଢ଼ିଥିଲା । ସେହିପରି ଅଣ- ସବସିଡି ଏଲପିଜି ସିଲିଣ୍ଡର ମୂଲ୍ୟ ୧୩୩ ଟଙ୍କା ହ୍ରାସ ପାଇଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି ।

publive-imageଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ହ୍ରାସ ପାଉଥିବାରୁ ଏଲପିଜି ମୂଲ୍ୟ କମିଛି । ବିକ୍ରି ମୂଲ୍ୟ ଉପରେ ଟିକସ ମାତ୍ରା ମଧ୍ୟ କମ୍ ହୋଇଛି । ବର୍ଷକୁ ପ୍ରତି ପରିବାରକୁ ୧୨ଟି ସିଲିଣ୍ଡର ରିହାତି ଦରରେ ଦିଆଯାଉଛି । ଗ୍ରାହକମାନେ ସିଲିଣ୍ଡରକୁ ବଜାର ଦରରେ କିଣୁଛନ୍ତି ଓ ସବସିଡି ବାବଦ ଅର୍ଥକୁ ସରକାର ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରୁଛନ୍ତି । ସେହି ସବସିଡି ପରିମାଣ ପ୍ରତି ମାସରେ ପରିବର୍ତନ ହୋଇଥାଏ । ଆନ୍ତର୍ଜାତିକ ବଜାରରେ ଦର ବଢ଼ିଲେ ସରକାର ଅଧିକ ସବସିଡି ପ୍ରଦାନ କରନ୍ତିି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe