କନକ ବ୍ୟୁରୋ: ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ । ଜନତାଙ୍କୁ ଏଭଳି ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁ ଟ୍ୟୁବ୍ ଫେନଫେଷ୍ଟ ଇଣ୍ଡିଆ ୨୦୨୩ରେ ନିଜର ଚ୍ୟାନେଲ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ନିଜକୁ ଏକ ୟୁଟ୍ୟୁବର ବୋଲି କହିବା ସହ ୧୫ ବର୍ଷ ହେବ ୟୁଟ୍ୟୁବ୍ ମାଧ୍ୟମରେ ଦେଶଦୁନିଆ ସହ ଜଡ଼ିତ ଥିବା କହିଛନ୍ତି । ମୋଦୀ ଆହୁରି କହିଛନ୍ତି ୟୁଟ୍ୟୁବ୍ ଏକ ବଡ଼ ପ୍ଲାଟଫର୍ମ ଓ ଏହା ମାଧ୍ୟମରେ ଦେଶର ବିକାଶରେ ଯୋଗଦାନ କରାଯାଇପାରିବ । ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର @NarendraModi ନାମରେ ଏକ ୟୁଟ୍ୟୁବ୍ ଚାନେଲ୍ ରହିଛି । ଏହି ଚାନେଲରେ ୧୮ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି ।
ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ । ଜନତାଙ୍କୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
/kanak/media/post_attachments/wp-content/uploads/2023/09/PMMODI_Youtube_address2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)