ଜଗା ମାନିଛି ଜିଲ୍ଲାପ୍ରଶାସନ କଥା : ପୁଣି ସୁବ୍ରତ ମନେ ପକାଇଲେ ଶ୍ରୀଜିଉଙ୍କ କଥା । ଘୋଷଯାତ୍ରାରେ କରୋନା ନେଇ କ’ଣ କହିଲେ, କେଉଁ ବାର୍ତ୍ତା ଦେଲେ କାଳିଆ ଠାକୁର ?  

407

କରୋନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନାଦେଲେ କରୋନା ମୁଖପାତ୍ର ସୁବ୍ରତ ବାଗଚୀ । ରଥଯାତ୍ରାରେ କାଳିଆ ଭାବର ବାର୍ତ୍ତାକୁ ଚାରୋଟି ଧାଡ଼ିରେ ବଖାଣିଲେ କରୋନା ମୁଖପାତ୍ର ।

୧ . ଧର୍ଯ୍ୟ 

୨ . ଅନୁଶାସନ 

୩ . ଏକଜୁଟ ହୋଇ ସଂକଳ୍ପ ରଖିବା 

୪ . ତ୍ୟାଗ ସ୍ୱୀକାର କରିବା 

କରୋନା ମୁଖପାତ୍ରଙ୍କ ମୁଖରେ ମହାପ୍ରଭୁଙ୍କ କଥା : “ମହାପ୍ରଭୁ ଭକ୍ତଙ୍କୁ କହିଲେ ଯେବେଠୁ ତୋ ଲକଡ଼ାଉନ୍ ଆରମ୍ଭ ହେଲା ମୁଁ ବି ଘରେ ରହିଲି । ଧର୍ଯ୍ୟ ରଖିଲେ ଦିନେ ମୋ ରଥ ଭଳି ତୋ ରଥ ବି ଗଡ଼ିବ । ତୁ ଧର୍ଯ୍ୟ ରଖ । ଦ୍ୱିତୀୟରେ ଅନୁଶାସନ , ସବୁଠାରୁ ଉଦ୍ଧ୍ୱର୍ରେ ରହିଥିବା ମହାପ୍ରଭୁ ମଧ୍ୟ ଜିଲ୍ଲାପାଳ, ପ୍ରଶାସନ , ପୋଲିସ୍ ସମସ୍ତଙ୍କ ନିୟନ୍ତ୍ରଣ ମାନି ଅନୁଶାସନ ପାଳନ କଲେ । ସୁନାପିଲା ଭଳି ସଂନ୍ଧ୍ୟା ନଗଡୁଣୁ ଗୁଣ୍ଡିଚା ମନ୍ଦିରରେ ରଥ ଲାଗିଲା  । ତୁ ମଧ୍ୟ ମୋ ପରି ଅନୁଶାସନରେ ରହ । ରାଜ୍ୟ ସରକାର , କେନ୍ଦ୍ର ସରକାର , ଠାକୁର ରାଜା , ସାଧାରଣ ବ୍ୟକ୍ତି ଏବଂ ସୁପ୍ରିମକୋର୍ଟ ସମସ୍ତେ ଏକାଠି ହେବାର ୨୪ ଘଣ୍ଟା ଭିତରେ ମୋ ରଥ ଗଡିଲା । ସମସ୍ତେ ମିଶିଲେ ବୋଲି ମୋ ରଥ ଗଡିଲା । ରୋଗ,ଶୋକକୁ ମୋ ରଥଚକ ବଳରେ ମୁଁ ଦଳିଦେଲି । ତୁ ମଧ୍ୟ ଏକଜୁଟ ହୋଇ ସଂଗବଳରେ କରୋନାକୁ ଦଳିପାରିବୁ । ଚତୁର୍ଥଟି ହେଲା ତ୍ୟାଗ ସ୍ୱୀକାର କରିବା । ୧୦ ଲକ୍ଷ ଭକ୍ତଙ୍କ ଦ୍ୱାରା ଗଡ଼ୁନଥିବା ମୋ ରଥ ୧୫୦୦ ସେବାୟତଙ୍କ ଦ୍ୱାରା ଗଡ଼ିଲା । ତୁ ବି ମୋ ଭଳି ତ୍ୟାଗ କରିବା ଶିଖ୍ ।”

କରୋନା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନାଦେଲେ କରୋନା ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି , ରାଜ୍ୟରେ କରୋନା ସଂକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଏମାନଙ୍କ ମୃତ୍ୟୁ କୋଭିଡ଼୍ କାରଣରୁ ହୋଇଛି । ୧୭ ମୃତକଙ୍କ ମଧ୍ୟରୁ ୯ ଜଣ ୬୦ ବର୍ଷରୁ ଅଧିକ । କରୋନା ଭୁତାଣୁ ଶ୍ୱାସକ୍ରିୟାକୁ ପ୍ରଭାବିତ କରିଥାଏ । ବାହାରକୁ ନଯାଇ ବି ବୟସ୍କ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ପରିବାରର ଅନ୍ୟମାନଙ୍କ ଅବହେଳା ଯୋଗୁଁ ଏପରି ହୋଇଛି । ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ । ବୟସ ବଢିବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ ।

ଆଗାମୀ ଗୋଟିଏ ସପ୍ତାହ ଆମ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ  । ଭାରତ ବିଶ୍ୱର ୩ ୟ କରୋନା ଆକ୍ରାନ୍ତ ଦେଶ ହେବାର ସମ୍ଭାବନା ରହିଛି । ବୟସ୍କଙ୍କ ପାଇଁ ପ୍ରଚ୍ଛନ୍ନ ବିପଦ ରହିଛି , ଏଥିପାଇଁ ସତର୍କତା ଜରୁରୀ । ଏ ଭିତରେ ରାଜ୍ୟକୁ ତଥା ଘରକୁ ଅନେକ ପ୍ରବାସୀ ଫେରିଛନ୍ତି । ଗ୍ରାମାଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ନିୟମ ମାନିଛନ୍ତି । କିନ୍ତୁ ସହରାଞ୍ଚଳରେ ଗୃହ ସଂଗରୋଧ ସମସ୍ୟା ରହିଛି । ଗୃହ ସଙ୍ଗରୋଧରେ ରହିଲେ ଅଲଗା ଘରେ ନିଜ କୋଠରିରେ ରହିବେ । ପରିବାର ମାତ୍ର ଜଣେ ସଂଗରୋଧରେ ଥିବା ବ୍ୟକ୍ତିଙ୍କ କଥା ବୁଝିବେ । ଗୃହ ସଂଗରୋଧ ପାରିବାରିକ ମିଳନର ଅବସର ନୁହେଁ । ଗୃହ ସଂଗରୋଧକୁ ପାରିବାରିକ ପୁନର୍ମିଳନ କଲେ ଭୟଙ୍କର ସ୍ଥିତି ଉପୁଜିବ । କରୋନା ସମୟରେ କୁଟୁମ୍ବ , ବନ୍ଧୁବାନ୍ଧବଙ୍କୁ ଘରକୁ ଡାକନ୍ତୁ ନାହିଁ । ଅଯଥା ଡ଼ାକ୍ତରଖାନା କିମ୍ବା କ୍ଲିନିକକୁ ଯିବା ଆସିବା କରନ୍ତୁ ନାହିଁ ।  ବୟସ୍କ , ଶିଶୁ ଓ ଗର୍ଭବତୀଙ୍କଠାରୁ ଦୂରତା ଅବଲମ୍ବନ କରିବାକୁ ସୁବ୍ରତ ବାଗଚୀ ଦେଲେ ପରାମର୍ଶ ।