ଶାଳିନୀ ପଣ୍ଡିତଙ୍କ ଠାରୁ କାହିଁକି ଗାଳି ଶୁଣିଲେ ସୁବ୍ରତ ବାଗଚୀ ? କରୋନାକୁ ନେଇ ୧୨ ଭ୍ରାନ୍ତଧାରଣା ବୁଝାଇବା ବେଳେ ଶାଳିନୀଙ୍କ ଗାଳି କଥା କହିଲେ ବାଗଚୀ

2,726

କନକ ବ୍ୟୁରୋ: ଶାଳିନୀ ପଣ୍ଡିତଙ୍କ ଠାରୁ ଗାଳି ଶୁଣିଲେ ସୁବ୍ରତ ବାଗଚୀ । ମାସ୍କ ପିନ୍ଧିବା ନେଇ ଶାଳିନୀଙ୍କ ଠାରୁ ଗାଳି ଶୁଣିଲେ ସୁବ୍ରତ । ତେବେ କଣ ପାଇଁ ଓ କାହିଁକି ଗାଳି ଦେଲେ ଶାଲିନୀ ସେନେଇ ପ୍ରେସମିଟରେ କହିଛନ୍ତି କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ବାଗଚୀ କହିଛନ୍ତି କି, ଆଜି ସକାଳେ ଯେତେବେଳେ ଶ୍ରୀମତୀ ଶାଳିନୀଙ୍କ ସହ ମିଟିଂ ଥିଲା ସେତେବେଳେ ସୁବ୍ରତ ନିଜେ ପିନ୍ଧିଥିବା ମାସ୍କକୁ ସାମ୍ନା ପଟୁ ଦୁଇ ହାତର ଆଙ୍ଗୁଳିରେ ବାହାର କରିଥିଲେ । ତେବେ ସେତିକି ବେଳେ ସଙ୍ଗେ ସଙ୍ଗେ ଶାଳିନୀ ପଣ୍ଡିତ କହିଥିଲେ କି ମାସ୍କର ସାମ୍ନାପଟୁ ହାତ ଦେବା ଆଉ ମୁହଁକୁ ଛୁଇଁବା ଏକାକଥା । ତେଣୁ ମାସ୍କ ଓହ୍ଲାଇଲା ବେଳେ କିମ୍ବା ପିନ୍ଧିଲା ବେଳେ ସାମ୍ନାପଟୁ ନୁହେଁ ବରଂ ଦୁଇ ସୂତା ଧରି ବ୍ୟବହାର କରିବାକୁ ପଡିବ ବୋଲି ସୁବ୍ରତଙ୍କୁ ଶାଳିନୀ କହିଛନ୍ତି ।

ଶାଳିନୀଙ୍କ ଠାରୁ ଗାଳି ଶୁଣିଲେ ସୁବ୍ରତ

#ଗାଳି_ଶୁଣିଲେ_ବାଗଚୀଶାଳିନୀ ପଣ୍ଡିତଙ୍କ ଠାରୁ ଗାଳି ଶୁଣିଲେ ସୁବ୍ରତ ବାଗଚୀ । କିନ୍ତୁ କାହିଁକି ?#CoronaVirus #COVID19 #Odisha #SubrotoBagchi

Posted by Kanak News on Wednesday, April 15, 2020

ତେବେ କରୋନାକୁ ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଥିବା କିଛି ଗୁଜବ ଓ ଭ୍ରାନ୍ତ ଧାରଣା ଉପରେ ନିଜର ମନ୍ତବ୍ୟ ଦେଉଥିବା ବେଳେ ମାସ୍କର କଥା ଉଠାଇଥିଲେ ସୁବ୍ରତ । ତେବେ କରୋନା ନେଇ ୧୨ ଭ୍ରାନ୍ତଧାରଣା ବିଷୟରେ ରାଜ୍ୟବାସୀଙ୍କୁ ସଚେତନ କରାଇଛନ୍ତି ବାଗଚୀ । ଜାଣନ୍ତୁ କେଉଁ ସବୁ ଭ୍ରାନ୍ତ ଧାରଣା ଲୋକଙ୍କ ମନରେ କରୋନାକୁ ନେଇ ଘୁରି ବୁଲୁଛି ।

କରୋନାର ୧୨ ଭ୍ରାନ୍ତ ଧାରଣା
– ମଦ ପିଇଲେ କରୋନା ହେବ ନାହିଁ
– ରସୁଣ ଖାଇଲେ କରୋନା ହେବ ନାହିଁ
– ଛୁଆ ଓ ଯୁବକଙ୍କୁ କରୋନା ହେବ ନାହିଁ
– ଆଣ୍ଟିବାୟୋଟିକ ଔଷଧ ଖାଇଲେ କରୋନା ହେବ ନାହିଁ
– କ୍ଲୋରିନ ପାଣିରେ କୁଳୁକୁଞ୍ଚା କଲେ କରୋନା ହେବ ନାହିଁ
– ମଶା କାମୁଡାରୁ ମଧ୍ୟ କରୋନା ସଂକ୍ରମିତ ହୋଇପାରେ
– ଗରମ ପାଣିରେ ଗାଧୋଇଲେ କରୋନା ହେବ ନାହିଁ
– କରୋନା ଥରେ ହେଲେ ଜୀବନ ସାରା ଗୋଡାଇବ
– କରୋନା ଭୂତାଣୁ ଗରମରେ ଆପେ ଆପେ ମରିଯିବ, ୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ କରୋନା ଭାଇରସ ମରିଯିବ
– ନାକରେ ଲୁଣପାଣି ପୂରାଇଲେ କରୋନା ହେବ ନାହିଁ
– ପ୍ରଶ୍ୱାସ ନେଇ ୧୦ ସେକେଣ୍ଡ ସ୍ଥିର ରଖିପାରିଲେ କରୋନା ହୋଇନାହିଁ
– ପୋଷା କୁକୁର ଓ ବିଲେଇ, ଜୀବଜନ୍ତୁଙ୍କ ଠାରୁ କରୋନା ହୋଇପାରେ