ମଲରେ କେଉଁ କେଉଁ ଦୋକାନ ରହିବ ଖୋଲା? ସୂଚନା ଦେଲେ ସୁବ୍ରତ, ଦରକାର ନଥିଲେ ମଲ୍ ନଯିବାକୁ ଦେଲେ ପରାମର୍ଶ ।

799

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ମଲ ଗୁଡିକ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ପ୍ରଥମେ ଟ୍ୱିନସିଟିର ମଲ ଗୁଡିକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବଡ ବଡ ମଲ ଗୁଡିକୁ ବନ୍ଦ କରି ଦିଆଯାଇଛି । ତେବେ ମଲକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନକରି ମଲରେ ଅନାବଶ୍ୟକ କାର୍ଯ୍ୟକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ମଲରେ ଖାଦ୍ୟ, ତେଜରାତି, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ଥିବା ଦୋକାନ ଗୁଡିକ ଖୋଲା ରହିବ ବୋଲି କହିଛନ୍ତି ସୁବ୍ରତ ।

ତେବେ ମଲ ଖୋଲା ରହିଲେ ମଧ୍ୟ ଦରକାର ନଥିଲେ ନଯିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ । ସେହିଭଳି ବ୍ୟସ୍ତ ବିବ୍ରତ ହୋଇ କୌଣସି ଜିନିଷ ନ କିଣିବାକୁ ସେ କହିଛନ୍ତି । ଏହାସହ କରୋନାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତ୍ୱକୁ ବଜାୟ ରଖିବାକୁ ସୁବ୍ରତ ପରାମର୍ଶ ଦେଇଛନ୍ତି । ସେହିଭଳି ସାବୁନରେ ହାତ ଧୋଇବା ଓ ବାହାରୁ ଆସିଥିଲେ ସ୍ୱତଃପ୍ରବୃତ ସରକାରଙ୍କୁ ଜଣାଇବା ସହ ହୋମ ଆଇସୋଲେସନରେ ରହିବା ପାଇଁ ଅନୁରୋଧ କରିଛନ୍ତି ସୁବ୍ରତ ।