ଗୋପବନ୍ଧୁଙ୍କ କଥା କହିଲେ, ଭୀମ ଭୋଇଙ୍କ ଗୀତ ଗାଇଲେ... ସଙ୍କଟ ସମୟରେ ଗୋପବନ୍ଧୁଙ୍କ ଭଳି ଅନ୍ୟକୁ ସାହାଯ୍ୟ କରିବାକୁ ଆହ୍ୱାନ ଦେଲେ ସୁବ୍ରତ ବାଗଚୀ

Advertisment
ଗୋପବନ୍ଧୁଙ୍କ କଥା କହିଲେ, ଭୀମ ଭୋଇଙ୍କ ଗୀତ ଗାଇଲେ... ସଙ୍କଟ ସମୟରେ ଗୋପବନ୍ଧୁଙ୍କ ଭଳି ଅନ୍ୟକୁ ସାହାଯ୍ୟ କରିବାକୁ ଆହ୍ୱାନ ଦେଲେ ସୁବ୍ରତ ବାଗଚୀ

କନକ ବ୍ୟୁରୋ: ସୁବ୍ରତଙ୍କ ମୁହଁରେ ଗୋପବନ୍ଧୁଙ୍କ ସାହାଯ୍ୟର କାହାଣୀ । କରୋନା ମୁକାବିଲା ଏବଂ ସଚେତନତା ପାଇଁ ଉକ୍ରଳମଣୀ ଗୋପବନ୍ଧୁ ଦାସଙ୍କ କଥା କହିଲେ ସୁବ୍ରତ ବାଗଚୀ । ଗୀତ ଗୋବିନ୍ଦ ସଦନରେ ଗୋପବନ୍ଧୁଙ୍କ ଉଦାହରଣ ଦେଇ ସଙ୍କଟ ସମୟରେ କେମିତି ଆମେ ଅନ୍ୟକୁ ସାହାଯ୍ୟ, ସହଯୋଗ କରିପାରିବା ସେନେଇ ଗୋପବନ୍ଧୁଙ୍କ ବନ୍ୟା ବେଳର ଗପ କହିଛନ୍ତି ସୁବ୍ରତ ।

ବିଦେଶୀ କିମ୍ବା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏଭଳି କାର୍ଯ୍ୟକଳାପ ବିଶ୍ୱରେ ଓଡିଶାର ନାଁ ନୁହେଁ ଭାରତର ନାଁ ଖରାପ କରିବ ତେଣୁ ଏଥିପ୍ରତି ଧ୍ୟାନ ଦେବା ସହ ବାହାରୁ ଆସୁଥିବା ଲୋକଙ୍କୁ ସହଯୋଗ କରନ୍ତୁ ବୋଲି ସୁବ୍ରତ କହିଥିଲେ ।

publive-image

ତେବେ ଅନ୍ୟକୁ ସାହାଯ୍ୟ କରିବା କଥା କହିବା ବେଳେ ସେ ଗୋପବନ୍ଧୁ ଦାସଙ୍କ କଥା ଅବତାରଣା କରିଥିଲେ । ବନ୍ୟା ଜଳରେ ଯେତେବେଳେ ଓଡିଶା ଭାସିଯାଉଥିଲା ସେତେବେଳେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲେ ସେ । ଘରେ ରୋଗୀଣା ପୁଅ ଥାଇ ବି ସେ ସାହାଯ୍ୟ କରିବା ପାଇଁ ଯାଇଥିଲେ । ତେଣୁ ଏଭଳି ସ୍ଥିତିରେ ସମସ୍ତେ ନିଜ ସହ ଅନ୍ୟ ମାନଙ୍କୁ ସାନ୍ତ୍ୱନା ଦେବା, ସହଯୋଗ କରିବାର ସମୟ ଉପନୀତ ହୋଇଛି ବୋଲି ବାଗଚୀ ରାଜ୍ୟବାସୀଙ୍କୁ କହିଛନ୍ତି ।

ସେପଟେ ସାମ୍ବାଦିକ ସମ୍ମିଳନୀରେ ସନ୍ଥକବିଙ୍କ କବିତା ପଢିଲେ ସୁବ୍ରତ । ଭୀମ ଭୋଇଙ୍କ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ...’ ଗୀତ ଗାଇ ରାଜ୍ୟବାସୀଙ୍କୁ ସହଯୋଗର ବାର୍ତ୍ତା ଦେଇଛନ୍ତି ବାଗଚୀ । ଆମେ ଗୋପବନ୍ଧୁଙ୍କ ଦାୟାଦ, ଭୀମ ଭୋଇଙ୍କ ଦାୟାଦ ତେଣୁ ସଙ୍କଟ ସମୟରେ ସମସ୍ତେ ମାନବିକତା ନମାରି ସହଯୋଗର ହାତ ବଢାନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ସୁବ୍ରତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe