ସମାଜିକ ଦୂରତା: ବୁଝୁଛନ୍ତି ଗାଁ ଲୋକ, ଅବୁଝା ସହରିଆ । ଆପଣ ସତର୍କ ନହେଲେ ସଂକ୍ରମଣ ରୋକି ପାରିବେନି ସରକାର । ସାବଧାନ କଲେ ସୁବ୍ରତ ବାଗଚୀ

Advertisment
ସମାଜିକ ଦୂରତା: ବୁଝୁଛନ୍ତି ଗାଁ ଲୋକ, ଅବୁଝା ସହରିଆ । ଆପଣ ସତର୍କ ନହେଲେ ସଂକ୍ରମଣ ରୋକି ପାରିବେନି ସରକାର । ସାବଧାନ କଲେ ସୁବ୍ରତ ବାଗଚୀ

କନକ ବ୍ୟୁରୋ: ଭାରି ଭଲ ଗାଁ ଲୋକେ । କରୋନା ମୁକାବିଲାରେ ଗାଁ ଲୋକଙ୍କୁ ପ୍ରଶଂସା କଲେ ସୁବ୍ରତ ବାଗଚୀ । ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ମୁଖ୍ୟ ଅସ୍ତ୍ର ହୋଇଥିବାରୁ ଏହାକୁ ଗ୍ରାମାଞ୍ଚଳର ଲୋକମାନେ ଭଲ ଭାବେ ପାଳନ କରୁଛନ୍ତି । ମାତ୍ର ସହରାଞ୍ଚଳର ଲୋକମାନେ ସାମାଜିକ ଦୂରତାକୁ ମାନୁ ନାହାନ୍ତି । ଗାଁ-ସହରର ଏକ ତୁଳନାତ୍ମକ ଚିତ୍ର ଦେଖାଇ ସୁବ୍ରତ ସାମାଜିକ ଦୂରତା ପାଳନରେ ଗାଁ ଲୋକଙ୍କୁ ପ୍ରଶଂସା କରିଛନ୍ତି ।

publive-image

ଗାଁର ଲୋକ ପାଣି ଆଣିବାକୁ ଯିବା ବେଳେ, ରାସନ ସାମଗ୍ରୀ ଆଣିବାକୁ ଯିବାବେଳେ ବା ଅନ୍ୟ ସମସ୍ତ କାମରେ ସାମାଜିକ ଦୂରତା ବଜାୟ ରଖୁଛନ୍ତି ମାତ୍ର ଦୁଃଖର କଥା କି ସହରର ଲୋକେ ଆଜି ଯାଏଁ ସଚେତନ ହୋଇପାରିଲେନି କି ସାମାଜିକ ଦୂରତାକୁ ଗୁରୁତ୍ୱ ଦେଉନାହାନ୍ତି । ଯଦି ସହରାଞ୍ଚଳ ଲୋକେ ସାମାଜିକ ଦୂରତା ଭୁଲିଯିବେ ତେବେ କେମିତି କରୋନାର ମୁକାବିଲା କରିହେବ ବୋଲି ପ୍ରଶ୍ନ କରିଛନ୍ତି ସୁବ୍ରତ ।
ତେବେ ସଂକ୍ରମଣ ପରିସ୍ଥିତି ନିୟନ୍ତ୍ରଣ କରିବାରେ ଗ୍ରାମପଞ୍ଚାୟତ ମାନଙ୍କର ସତର୍କତା, ସଚେତନତା ଓ ସହଯୋଗ ରହିଛି । ରାଜ୍ୟରେ ମୋଟ ୭୪ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୨୪ ଜଣ କୋଲକାତା ଫେରନ୍ତା ।

publive-image

ପଶ୍ଚିମବଙ୍ଗ ଫେରନ୍ତା ଏବେ ସାରା ଓଡିଶାର ଚିନ୍ତା ବଢାଇଥିବା ବେଳେ କୋଲକାତା ଫେରନ୍ତାଙ୍କୁ ସଙ୍ଗରୋଧରେ ରହିବାକୁ ସରକାର ସତର୍କ କରାଇଛନ୍ତି । ଯଦି ଗତ ୨୮ ଦିନ ପୂର୍ବରୁ କୌଣସି ବ୍ୟକ୍ତି କୋଲକାତାରୁ ଫେରିଛନ୍ତି ତେବେ ସେମାନେ ସଙ୍ଗରୋଧରେ ରୁହନ୍ତୁ । ଆଉ ସଙ୍ଗରୋଧ ସରିବା ପରେ ସେମାନଙ୍କୁ ୨୦୦୦ ଟଙ୍କା ସହାୟତା ମିଳିବ ବୋଲି ସରକାର ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe