ଖୁସି ଖବର ଆଣିଛି ସେରେ ସର୍ଭେ । ଭୁବନଶ୍ୱେରର ୫୦ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହେଲାଣି ଆଣ୍ଟିବଡି

321
କନକ ବ୍ୟୁରୋ: ଦୀର୍ଘଦିନର ବ୍ୟବଧାନ ପରେ ଫେରିଲେ ସୁବ୍ରତ ବାଗଚୀ । ବହୁତ ଦିନ ପରେ ବାଗଚୀ ଦେଲେ ଓଡ଼ିଶା କରୁଥିବା କୋଭିଡ୍ ମୁକାବିଲାର ସମ୍ପୂର୍ଣ୍ଣ ବିବରଣୀ । ଗତ ମାର୍ଚ୍ଚମାସରୁ କୋଭିଡ୍ ଯୁଦ୍ଧ ଜାରି ରହିଛି । ହେଲେ ଏହାରି ମଧ୍ୟରେ ଖୁସି ଖବର ଆଣିଛି ସେରୋ ସର୍ଭେ । କାରଣ ନିକଟରେ ଭୁବନେଶ୍ୱର ବିଏମସି ଅଞ୍ଚଳରେ ହୋଇଥିବା ସେରୋ ସର୍ଭେରେ ଅନୁମାନ କରାଯାଉଛି ୫୦ ପ୍ରତିଶତ ଲୋକଙ୍କ ଦେହରେ  ଆଣ୍ଟିବଡି ତିଆରି ହୋଇଗଲାଣି । ତେଣୁ କରୋନା ସଂକ୍ରମଣର ଗ୍ରାଫ୍ ଧିରେ ଧିରେ ତଳକୁ ଯାଉଛି ।
ଅନ୍ୟପଟେ ରାଜ୍ୟର ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ହେଉଛି ଖୋର୍ଦ୍ଧା  । ଏହାର ମୁଖ୍ୟ କାରଣ ଭୁବନେଶ୍ୱରର ବିଏମସି ଅଞ୍ଚଳରେ ଥିବା ବସ୍ତି ଗୁଡ଼ିକ, ଯେଉଁଠାରେ ୧୧ ଲକ୍ଷ ବାସିନ୍ଦା ରହିଛନ୍ତି । ତେବେ ସଂକ୍ରମଣର ଗତି କେଉଁ ଆଡକୁ ଯାଉଛି ତାହା ଉପରେ ବିଶେଷଜ୍ଞମାନେ ନଜର ରଖିଛନ୍ତି । ଆଗକୁ ଶୀତଦିନ ଆସୁଥିବାରୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ସୁବ୍ରତ ବାଗଚୀ ।