କନକ ବ୍ୟୁରୋ: କିଚିରି ମିଚରି ଶବ୍ଦରେ ଫାଟି ପଡୁଛି ପରିବେଶ । ଘର ସାରା ଘୁରି ବୁଲୁଛନ୍ତି ବିଲୁପ୍ତ ହୋଇଯାଉଥିବା ପକ୍ଷୀ ଗୁଡିକ । ଗାଁ ଦାଣ୍ଡରେ ଆଉ ସେହି କିଚିରି ମିଚିରି ଶଦ୍ଦ ଶୁଭୁନଥିବା ବେଳେ ପକ୍ଷୀମାନଙ୍କ ବଂଶ ଲୋପ ପାଇଗଲାଣି । ହେଲେ ବିଲୁପ୍ତ ଘର ଚଟିଆଙ୍କ ବଂଶ ରକ୍ଷା କରିବାକୁ ଆଗଇ ଆସିଛନ୍ତି ଜଣେ ପ୍ରକୃତିପ୍ରେମୀ । କହିବାକୁ ଗଲେ ଘରଚଟିଆଙ୍କ ବନ୍ଧୁ ପାଲଟିଯାଇଛନ୍ତି ସେ । ସମ୍ବଲପୁରର ସୁବ୍ରତ ନାଥ , ନିଜ ଘରେ ପକ୍ଷୀଙ୍କ ପାଇଁ ବସା ତିଆରି କରିଛନ୍ତି । ପ୍ରାୟ ୩୦ରୁ ଅଧିକ ଘର ଚଟିଆଙ୍କ ପାଇଁ ତିଆରି ହୋଇଛି ଘର । ସୁବ୍ରତ ନିଜ ଘରେ ପ୍ରଥମେ ଚଢେଇଙ୍କ ପାଇଁ ଗୋଟିଏ ଘର ତିଆରି କରିଥିଲେ । ଆଉ ସେଥିରେ ଗୋଟିଏ ଘର ଚଟିଆ ଆସିଥିଲା । ଆଉ ତା ପରେ ପରେ ଏବେ ୩୦ରୁ ଅଧିକ ଘର ଚଟିଆ ବସାରେ ରହିଛନ୍ତି ।
ସହରୀ ସଭ୍ୟତାର ଚାକଚକ୍ୟ ଭିତରେ ଏହି ପକ୍ଷୀ ଗୁଡିକ ବିଲୁପ୍ତ ପ୍ରାୟ ହେବାକୁ ବସିଲାଣି । ହେଲେ ବିଲୁପ୍ତ ହୋଇଯାଉଥିବା ଏହି ପକ୍ଷୀ ବଂଶ ରକ୍ଷା କରିବାକୁ ଘର ଚଟିଆ ମାନଙ୍କ ବନ୍ଧୁ ପାଲଟିଛନ୍ତି ସୁବ୍ରତ । ଆଗକୁ କିଭଳି ସେମାନଙ୍କର ବଂଶ ବୃଦ୍ଧି ହୋଇପାରିବ ସେଥିପ୍ରତି ସେ ବେଶ୍ ଯତ୍ନବାନ୍ ହେଇପଡ଼ିଛନ୍ତି । ତେବେ ପ୍ରକୃତି ତଥା ପରିବେଶ ପ୍ରତି ସଚେତନ ହେଲେ ଏମିତି ଅନେକ ବିଲୁପ୍ତ ହୋଇଯାଉଥିବା ପଶୁପକ୍ଷୀଙ୍କର ବଂଶ ରକ୍ଷା ପାଇପାରନ୍ତା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/Screen-Shot-2022-10-25-at-6.21.44-PM.png)