କନକ ବ୍ୟୁରୋ: ସାଧାରଣତଃ ଆମେ ବହିରେ ପଢିଛେ କମଣ୍ଡଳୁ ବା କିଲର ପ୍ଲାଂଟର କଥା । ହେଲେ ଏହି କିଲର ପ୍ଲାଂଟକୁ ନିଜ ଘରେ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି ସମ୍ବଲପୁରର ପ୍ରକୃତି ପ୍ରେମୀ ସୁବ୍ରତ ନାଥ । ବିଭିନ୍ନ ପ୍ରକାରର ଫୁଲ, ଉଦ୍ଭିଦ ଉପରେ ସଉକ ରଖୁଥିବା ସୁବ୍ରତ ଏବେ କିଲର ପ୍ଲାଂଟ ଲଗାଇଛନ୍ତି । ଜଙ୍ଗଲରେ ଦେଖାଯାଉଥିବା ଏହି କମଣ୍ଡଳୁକୁ ବୈଜ୍ଞାନିକ ପଦ୍ଧତିରେ ଘରେ ଲଗାଇଛନ୍ତି ଏହି ପ୍ରକୃତି ପ୍ରେମୀ ।
ଜଙ୍ଗଲୀ ପରିବେଶରେ ବଢୁଥିବା ୫ ପ୍ରକାର କମଣ୍ଡଳୁ ଲଗାଇଛନ୍ତି ସୁବ୍ରତ । ନଡିଆ ଗୁଣ୍ଡରେ କମଣ୍ଡଳୁକୁ ଲଗାଇଥିବା ଥିବା ବେଳେ ଏହାକୁ ବଂଚାଇ ରଖିବା ପାଇଁ ପ୍ରତ୍ୟେକ ଦିନ ମଶା, ମାଛି ଓ ପିମ୍ପୁଡି ଖାଇବାକୁ ଦେଉଛନ୍ତି । ତେବେ ଏହାକୁ ଗୌହାଟିରୁ ଆଣିଥିବା ସୁବ୍ରତ କହିଛନ୍ତି । ତେବେ ଜଙ୍ଗଲରେ ଥିବା କମଣ୍ଡଳୁ ଘରେ ସମ୍ଭବ ହେବା ପରେ ସୁବ୍ରତଙ୍କ ଖୁସି କହିଲେ ନସରେ । ପରିଶ୍ରମ ସଫଳ ହେବା ପରେ ଚାଷ କ୍ଷେତ୍ରରେ ଆହୁରି ଆଗକୁ ଯିବା ପାଇଁ ପ୍ରେରଣା ମିଳିବ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/vlcsnap-2021-07-03-17h34m12s292.png)