ପ୍ରବାସୀ ଶ୍ରମିକଙ୍କୁ ନେଇ ବିଶେଷଜ୍ଞ ଡାକ୍ତରଙ୍କ ଆଶଙ୍କା । କହିଲେ ରୂପ ବଦଳାଉଛି ଗୁଜରାଟ ଭାଇରସ, ଅସାବଧାନତାରୁ ବହୁଗୁଣିତ ହୋଇପାରେ ସଂକ୍ରମଣ । ସୁବ୍ରତ ବାଗଚୀ କହିଲେ, ଏବେ ଫେରିଆସିବା ଭଲ, ମହାସଂକ୍ରମଣ ହେଲେ ନିୟନ୍ତ୍ରଣ କରିବା ହେବ କଷ୍ଟକର ।

1,532

କନକ ବ୍ୟୁରୋ: ରାଜ୍ୟକୁ ପ୍ରବାସୀ ଫେରୁଛନ୍ତି ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏଣୁ ପ୍ରବାସୀଙ୍କ ଘର ବାହୁଡାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଆଉ ଆଜି ସରକାର କହିଛନ୍ତି କାହିଁକି ପ୍ରବାସୀଙ୍କୁ ଓଡିଶା ଫେରାଇଆଣିବା ପାଇଁ ଅନୁମତି ମିଳିଛି । ସରକାରଙ୍କ କହିବା କଥା ଭବିଷ୍ୟତର ମହାସଂକ୍ରମଣ ପୂର୍ବରୁ ପ୍ରବାସୀଙ୍କୁ ଓଡିଶା ଫେରାଇ ଆଣିଲେ ସ୍ଥିତିକୁ ସମ୍ଭାଳିବା ସହଜ ହେବ । ଏହାସହ ଆଇନ ଓ ମାନବିକତାର କଥା ବି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ୧୯ ମୁକାବିଲା ମୁଖପାତ୍ର ସୁବ୍ରତ ବାଗଚୀ ।

ଦେଶର ବିଭିନ୍ନ ସ୍ଥାନରୁ କିଛି ଏଭଳି ଢଙ୍ଗରେ ବର୍ତ୍ତମାନ ନିଜ ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ ଓଡିଆ । ଆଉ ବହୁ ସଂଖ୍ୟାରେ ବାହାର ରାଜ୍ୟ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଠକି ଏତିକି ବେଳେ ସରକାର କହିଛନ୍ତି ଯେ ବର୍ତ୍ତମାନ ନିୟନ୍ତ୍ରଣାଧିନ ବ୍ୟବସ୍ଥାରେ ପ୍ରବାସୀ ଫେରି ଆସିଲେ ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ।

ବିଶ୍ୱରେ ୪୦ଲକ୍ଷରୁ ଅଧିକ କେରାନା ଆକ୍ରାନ୍ତ ଥିବା ବେଳେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଜୁନ ମାସ ବେଳକୁ ଏହା ମହାସଂକ୍ରମଣର ରୂପ ନେବାର ଆଶଙ୍କା ମଧ୍ୟ ରହିଛି । ଏଣୁ ତାପୂର୍ବରୁ ପ୍ରବାସୀଙ୍କୁ ଫେରାଇ ଆଣି ପର୍ଯ୍ୟବେକ୍ଷଣରେ ରଖିଲେ ରାଜ୍ୟରେ ସାମୂହିକ ସଂକ୍ରମଣ ରୋକିବା ସହଜ ହେବ ବୋଲି କହିଛନ୍ତି ରାଜ୍ୟ ସରକାର । ନିଜ ରାଜ୍ୟକୁ ଫେରିବା ପ୍ରତ୍ୟେକ ଲୋକଙ୍କ ଅଧିକାର ରହିଥିବା କହିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ପ୍ରବାସୀଙ୍କୁ ଓଡିଶା ଆଣି ରାଜ୍ୟରେ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ସରକାର ତତ୍ପର ହୋଇ ଉଠିଛନ୍ତି ।