ସୁବ୍ରମଣ୍ୟନ ସ୍ବାମୀଙ୍କ ମୋଦିଙ୍କୁ ଅପିଲ : ଅଯୋଧ୍ୟାରେ ଶୀଘ୍ର ଆରମ୍ଭ ହେଉ ରାମ ମନ୍ଦିର ନିର୍ମାଣ

ସୁବ୍ରମଣ୍ୟନ ସ୍ବାମୀଙ୍କ ମୋଦିଙ୍କୁ ଅପିଲ : ଅଯୋଧ୍ୟାରେ ଶୀଘ୍ର ଆରମ୍ଭ ହେଉ ରାମ ମନ୍ଦିର ନିର୍ମାଣ

source : The Financial Express

ଲୋକସଭା ନିର୍ବାଚନ ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହୋଇଗଲାଣି । ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେଉଣୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ମାମଲାକୁ ନେଇ ପୁଣି ଥରେ ଲୋକଙ୍କ ଆଶା ବଢ଼ିଗଲାଣି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସନ୍ଥ ସମାଜ ଆଜି ବଡ ବୈଠକ କରିବାକୁ ଯାଉଛନ୍ତି । ମଣିରାମ ଦାସ ଛାବନୀରେ ହେବାକୁ ଥିବା ଏହି ବୈଠକର ଅଧ୍ୟକ୍ଷତା ରାମଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କରିବେ । ଏହି ବୈଠକରେ ସନ୍ଥ ସମାଜ ବଡ ନିଷ୍ପତ୍ତି ନେଇପାରନ୍ତି ।

publive-image

ସେପଟେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟନ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଦାବି କରିଛନ୍ତି। ଆଇନ ମୁତାବକ ଏଭଳି କାର୍ଯ୍ୟ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମୋଦନ ଜରୁରୀ ନୁହେଁ ଏବଂ ସରକାର ଅଦାଲତଙ୍କ ରାୟକୁ ଅପେକ୍ଷା ନକରି ମନ୍ଦିର ନିର୍ମାଣ ଯଥାଶୀଘ୍ର ଆରମ୍ଭ କରିବାକୁ ସେ କହିଛନ୍ତି। ଏହି ପତ୍ରରେ ରାମସେତୁକୁ ଜାତୀୟ ଐତିହ୍ୟସ୍ଥଳ ମାନ୍ୟତା ଦେବାପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି। ସରକାର ସାର୍ବଜନୀନ ସ୍ୱାର୍ଥରେ ଯେକୌଣସି ସମ୍ପତ୍ତି ବା ଜମିକୁ ନିଜ ନିୟନ୍ତ୍ରଣକୁ ନେବା ଅଧିକାର ରଖୁଥିବାରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe