କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ବୟାନବାଜି ତଥା କାର୍ଯ୍ୟଶୈଳୀ ପାଇଁ ସବୁବେଳ ଚର୍ଚ୍ଚାରେ ରହିଥାନ୍ତି । ଏପରି କିଛି କାରଣକୁ ନେଇ ରାହୁଲଙ୍କ ନାଗରିକତା ଏବେ ସଂକଟରେ ପଡ଼ିପାରେ । ନିକଟରେ ପୁର୍ବ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ରାହୁଲଙ୍କ ନାଗରିକତାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରାହୁଲଙ୍କ ଭାରତୀୟ ନାଗରିକତା ରଦ୍ଧ କରିବା ପାଇଁ ଗୃହ ମନ୍ତ୍ରାଳୟକୁ ନିର୍ଦେଶ ଦେବା ନିମନ୍ତେ ସେ ଆବେଦନ କରିଥିବା ବେଳେ ଏନେଇ ଆଗକୁ ଶୁଣାଣୀ ହୋଇପାରେ ।
ସୁବ୍ରମଣ୍ୟମ ସ୍ୱାମୀଙ୍କ ମୁତାବକ ରାହୁଲଙ୍କ ନାଗରିକତା ରଦ୍ଧ ନେଇ ସେ ୫ ବର୍ଷ ପୁର୍ବରୁ ହିଁ ଗୃହମନ୍ତ୍ରାଲୟରେ ଅଭିଯୋଗ କରିଥିଲେ ହେଲେ ଏବେ ଯାଏଁ ଅଭିଯୋଗ ଆଧାରରେ ମନ୍ତ୍ରାଳୟ ତରଫରୁ କୌଣସି ବୟାନ ଜାରି କରାଯାଇନାହିଁ । ରାହୁଲ ନାଗରିକତାକୁ ନେଇ ଫାଇଲ କରାଯାଇଥିବା ଆରଟିଆଇ ଆବେଦନର କେନ୍ଦ୍ର ସରକାର କୌଣସି ତଥ୍ୟ ଦେଇ ନଥିଲେ । ଆରଟିଆଇ ଅଧିନିୟମ ଧାରା ୮ (୧) ଏଚ ଓ ଜେ ଅନୁଯାୟୀ ଏହି ତଥ୍ୟ ପ୍ରକାଶ କରାଯାଇ ପାରିବ ନାହିଁ ବୋଲି ସରକାର ତଥ୍ୟ ନ ଦେବାରୁ ନାଗରିକତାର ଯାଂଚ ପ୍ରକ୍ରିୟା ଅଟକି ଯାଇଥିଲା ବୋଲି କହିଛନ୍ତି ସୁବ୍ରମଣ୍ୟମ୍ ସ୍ୱାମୀ ।
ତକ୍ରାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କର ଅଧ୍ୟକ୍ଷତାରେ ଏକ ବେଂଚ ଆଗରୁ କରାଯାଇଥିବା ଯାଚିକାକୁ ଖାରଜ କରିଥିଲେ । ସେ କହିଥିଲେ ଯଦି କୌଣସି କମ୍ପାନୀ ଅନୁଷ୍ଠାନର କିଛି ଫର୍ମରେ ରାହୁଲଙ୍କୁ ବ୍ରିଟିଶ ନାଗରିକ ବୋଲି ଦର୍ଶାଇବାର ମାନେ ନୁହେଁ ଯେ ସେ ପ୍ରକୃତରେ ଜଣେ ବ୍ରିଟିଶ ନାଗରିକ । ଏ ନେଇ ର୍ାହୁଲଙ୍କ ଭଉଣୀ ପ୍ରିିୟଙ୍କା ମଧ୍ୟ ଯୁକ୍ତି ବାଢିଥିଲେ କି ରାହୁଲ ଭାରତରେ ଜନ୍ମିତ ଓ ଜଣେ ଭାରତୀୟ , ଏ କଥା କାହାକୁ ଅଛପା ନାହିଁ ।