ଶ୍ରୀଲଙ୍କା ବିପକ୍ଷରେ ଶୁଭମନ ଗିଲଙ୍କ ଶତକ । ୮୯ଟି ବଲରୁ ହାସଲ କଲେ ଦମଦାର ସେଞ୍ଚୁରୀ ।

Advertisment
ଶ୍ରୀଲଙ୍କା ବିପକ୍ଷରେ ଶୁଭମନ ଗିଲଙ୍କ ଶତକ । ୮୯ଟି ବଲରୁ ହାସଲ କଲେ ଦମଦାର ସେଞ୍ଚୁରୀ ।

କନକ ବ୍ୟୁରୋ:  ଟିମ୍‌ ଇଣ୍ଡିଆର ଯୁବ କ୍ରିକେଟର ଶୁଭମନ ଗିଲ୍ ରବିବାର ଶ୍ରୀଲଙ୍କା ବିପକ୍ଷରେ ଶତକ ହାସଲ କରିଛନ୍ତି। କେରଳର ତିରୁଅନ୍ତପୁରମସ୍ଥିତ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଦିନିକିଆ ଶୃଙ୍ଖଳାର ୩ୟ ତଥା ଶେଷ ମୁକାବିଲାରେ ଶୁଭମନ ଗିଲ୍‌ ୮୯ଟି ବଲ୍‌ ଖେଳି ଶତକ ହାସଲ କରିଛନ୍ତି। ସେ ଏହି ଶତକରେ ୧୧ ଚୌକା ଓ ୨ ଛକା ସାମିଲ ଥିଲା ।  ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଏହା ଥିଲା ଶୁବମନଙ୍କ ୨ୟ ଶତକ। ଏହା ପୂର୍ବରୁ ଶୁବମନ ଗିଲ ଜିମ୍ବାୱେ ବିପକ୍ଷରେ ଗତବ‌ର୍ଷ ଅଗଷ୍ଟ ୨୨ ତାରିଖରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ।

ଯୁବ ବ୍ୟାଟର ଶୁଭମନ ଗିଲ ଆଜି ବିରାଟ କୋହଲିଙ୍କ ସହିତ ଶତକୀୟ ଭାଗିଦାରୀ ହୋଇପାରିଛନ୍ତି। ଶୁଭମନ ଗିଲ (୧୧୬ ରନ୍‌) ଓ ବିରାଟ କୋହଲି ୧୩୧ ରନ୍‌ର ଭାଗିଦାରୀ ହୋଇପାରିଛନ୍ତି। ଭାରତ ୯୫ ରନ୍‌ରେ ପ୍ରଥମ ୱିକେଟ୍‌ ଭାବେ ଅଧିନାୟକ ରୋହିତ ଶର୍ମାଙ୍କୁ ହରାଇଥିଲା। ରୋହିତ ୪୯ଟି ବଲ୍‌ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୪୨ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।  ସୂଚନାଯୋଗ୍ୟ, ଆଜିର ମ୍ୟାଚରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଚଳିତ ଦିନିକିଆ ଶୃଙ୍ଖଳାରେ ଭାରତ ପୂର୍ବରୁ ୨ଟି ମ୍ୟାଚ ଜିତି ସାରିଥିଲା ବେଳେ ଶେଷ ମୁକାବିଲାରେ ବିଜୟୀ ହେବାର ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe