ଏଣିକି ପିଲାଙ୍କୁ ବି ଦିଆଯିବ କରୋନା ଟିକା : ୨ ରୁ ୧୮ବର୍ଷ ବୟସ ବର୍ଗର ପିଲାଙ୍କୁ ଟିକା ଦେବା ନେଇ ଡିସିଜିଆଇର ଅନୁମତି

256

କନକ ବ୍ୟୁରୋ : ଏଣିକି ପିଲାଙ୍କୁ ବି ଦିଆଯିବ କରୋନା ଟିକା । ୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କରୋନା ଟିକା ଦେବା ନେଇ ଅନୁମତି ଦେଇଛି ଡିସିଜିଆଇ । ପିଲାଙ୍କୁ କୋଭାକ୍ସିନର ୨ ଡ଼ୋଜ ଦିଆଯିବା ନେଇ ଅନୁମତି ମିଳିଛି । ଏନେଇ ଖୁବ୍ ଶୀଘ୍ର ସରକାରଙ୍କ ପକ୍ଷରୁ ଜାରି ହେବ ଗାଇଡ଼ଲାଇନ । ଭାରତ ବାୟୋଟେକ୍ ପିଲାଙ୍କ ଉପରେ ଟ୍ରାଏଲ ଶେଷ କରିଛି । ପିଲାଙ୍କୁ କୋଭାକ୍ସିନ୍ ଟିକା ଦେବା ନେଇ ଫେଜ-୨ ଓ ଫେଜ-୩ ଟ୍ରାଏଲ ହୋଇଥିଲା । ଟ୍ରାଏଲ ପରେ ପିଲାଙ୍କୁ କୋଭାକ୍ସିନ୍ ଟିକା ଦେବା ନେଇ ଡ଼ିସିଜିଆଇ ଅନୁମତି ଦେଇଛି । ଖୁବଶୀଘ୍ର କରୋନାଇାଇରସକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯିବ । ତା ପରେ ହିଁ ପିଲାଙ୍କୁ ଟିକା ଦିଆଯିବା ପ୍ରକ୍ରିୟା ଆରମ୍ଭ କରାଯିବ ।

ହାଇଦ୍ରାବାଦଭିତ୍ତିକ ଭାରତ ବାୟୋଟେକ୍ ସେପ୍ଟେମ୍ବରରେ ୧୮ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି ଏହି ମାସ ଆରମ୍ଭରେ ଡିସିଜିଆଇକୁ ପରୀକ୍ଷାର ତଥ୍ୟ ଦେଇଥିଲା । ଏବେ ବିସ୍ତୃତ ବିଚାରବିମର୍ଶ ପରେ, କମିଟି ୧୮ବର୍ଷରୁ କମ ବୟସ୍କଙ୍କୁ ଟିକା ଦେବା ପାଇଁ କୋଭାକ୍ସିନକୁ ଅନୁମତି ଦେଇଛି । ଏହି ଟିକାର ଦୁଇଟି ଡୋଜ ୨୦ଦିନର ବ୍ୟବଧାନରେ ପିଲାଙ୍କୁ ଦିଆଯିବ । ତେବେ ଏପର୍ଯ୍ୟନ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିନାହିଁ । ରିପୋର୍ଟ ଅନୁଯାୟୀ ଭାରତ ବାୟୋଟେକ ଜୁଲାଇ ୯ରେ ‘ହୁ’କୁ ଆବଶ୍ୟକ ସମସ୍ତ ଦସ୍ତାବିଜ ଦାଖଲ କରିଥିଲା ଏବଂ ପ୍ରାୟ ଜୁଲାଇ ଶେଷ ସୁଦ୍ଧା ‘ହୁ’ ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।