କନକ ବ୍ୟୁରୋ : ଆଇପିଏଲରେ ହାରିବା ବିରାଟ କୋହଲିଙ୍କ ପାଇଁ ନୂଆ କଥା ନୁହେଁ । ୧୬ ବର୍ଷରେ ଆଇପିଏଲ ଇତିହାସ ଏପର୍ଯ୍ୟନ୍ତ ବିଜେତା ହୋଇପାରିନି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର । କିନ୍ତୁ ଦଳରେ ବିରାଟଙ୍କ ପଦର୍ଶନ ସବୁଥର ପରି ଏଥର ବି ଚତ୍ମକାର ରହିଛି । ରବିବାର ବେଙ୍ଗାଲୁରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଗୁଜରାଟ ଓ ବେଙ୍ଗାଲୁର ମଧ୍ୟରେ ଖେଳଯାଇଥିବା ମ୍ୟାଚରେ ଉଭୟ କୋହଲି ଏବଂ ଶୁଭମନ ଗିଲ ଶତକ ମାରିଥିଲେ । କିନ୍ତୁ କୋହଲି ୬୧ ବଲ ଖେଳି ଶତକ ମାରିଥିବା ବେଳେ ଗିଲ ୫୨ ବଲ ଖେଳି ଶତକ ମାରିଥିଲେ । ଯେଉଁଥିପାଇଁ ଗୁଜରାଟ ମ୍ୟାଚ ବିଜୟୀ ହୋଇଥିବା କୁହାଯାଉଛି । ଚଳିତ ଆଇପିଏଲରେ ବିରାଟ କୋହଲି ୧୪ ଟି ମ୍ୟାଚରୁ ୧୪୦ ଷ୍ଟ୍ରାଇକ ରେଟରେ ୬୩୯ ରନ କରିଛନ୍ତି । ଆଉ ଶୁଭମନ ଗିଲ ୧୪ ଟି ମ୍ୟାଚରେ ୧୫୩ ଷ୍ଟ୍ରାଇକ ରେଟରେ ୬୮୦ ରନ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଆଇପିଏଲ ପ୍ଲେ ଅଫରୁ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁର ବାଦ ପଡିବା ପରେ ବିରାଟ କୋହଲିଙ୍କ ଆଇପିଏଲ ଟ୍ରଫି ସ୍ୱପ୍ନରେ ରହିଯାଇଛି । ଏହା ପରେ କିଛି କ୍ରିକେଟ ପ୍ରେମୀ କୋହଲିଙ୍କ ଭାଗ୍ୟ ଖରାପ ଥିବା କଥା କହୁଛନ୍ତି । କାରଣ ଗୂୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବିରାଟଙ୍କ ପଦର୍ଶନ ଭଲ ରହୁଥିଲେ ବି ଦଳ ହାରି ଯାଉଛି । ଏପଟେ ମ୍ୟାଚ ହାରିବାର ଦୁଇ ଦିନ ପରେ କୋହଲୀ ନୀରବତା ଭାଙ୍ଗିଛନ୍ତିି । ଟୁଇଟ କରି କୋହଲି କହିଛନ୍ତି, ଦୁର୍ଭାଗ୍ୟଜନକ ଭାବେ ଆମେ ଲକ୍ଷ୍ୟରୁ ଟିକେ ଦୂରରେ ରହିଯାଇଛୁ । ଯାହା ଦୁଖଃଦାୟକ, କିନ୍ତୁ ଆମେ ମୁଣ୍ଡ ଉଠାଇ ଠିଆହୋଇଛୁ । ଏଥିସହ ତାଙ୍କ ଦଳକୁ ସମର୍ଥନ କରିଥିବା ସମସ୍ତ ବିଶ୍ୱସ୍ତ ସମର୍ଥକଙ୍କୁ କୃତଜ୍ଞତା ଜଣାଇଛନ୍ତି । ତିନିଟି ଫଟୋ ପୋଷ୍ଟ କରିଛନ୍ତି ବିରାଟ, ଯେଉଥିରେ ଥାଙ୍କ୍, ୟୁ, ବେଙ୍ଗାଲୁର ଲେଖାଯାଇଛି ।
ଗୋଟିଏ ପଟେ ଆଇପିଏର ପ୍ଲେ ଅଫ ମ୍ୟାଚ ମଙ୍ଗଳବାରଠୁ ଆରମ୍ଭ ହୋଇଛି । ଅନ୍ୟପଟେ ଇଂଲଣ୍ଡରେ ଜୁନ ୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ ପାଇଁ ଭାରତୀୟ ଟିମର କିଛି ଖେଳାଳୀ ମଙ୍ଗଳବାର ଇଂଲଣ୍ଡ ଯାଇଛନ୍ତି । ଯେଉଁଥିରେ ଆରସିବି ପ୍ଲେୟର ବିରାଟ କୋହଲି, ମହମ୍ମଦ ସିରାଜଙ୍କ ସହ ୭ ଜଣ ଖେଳାଳୀ ଅଛନ୍ତି ।