ପଦାରେ ପଡିଲା ପୁରୀରେ ଶୁଭାଶିଷ ଖୁଣ୍ଟିଆ ଓ ମହେଶ୍ୱର ମହାନ୍ତିଙ୍କ ଗୋଷ୍ଠୀ କନ୍ଦଳ । ବଡଦାଣ୍ଡରେ ପଦଯାତ୍ରା ସହ ଶକ୍ତି ପ୍ରଦର୍ଶନ କଲେ ଶୁଭାଶିଷ ।

188

କନକ ବ୍ୟୁରୋ: ବିଜେଡି ଜନସଂପର୍କ ପଦଯାତ୍ରାରେ ସାମ୍ନାକୁ ଆସିଲା ଗୋଷ୍ଠୀ କନ୍ଦଳର ଚିତ୍ର । ପୁରୀରେ ବିଜେଡି ଜନସଂପର୍କ ପଦଯାତ୍ରା କରିଛି, ହେଲେ ଏହି ପଦଯାତ୍ରାରେ ଦଳର ବରିଷ୍ଠ ନେତା ନେତା ମହେଶ୍ୱର ମହାନ୍ତି ଏବଂ ତାଙ୍କ ସମର୍ଥକ ଅନୁପସ୍ଥିତ ରହିବା ଗୋଷ୍ଠୀ କନ୍ଦଳ ଚର୍ଚ୍ଚାକୁ ଜନ୍ମ ଦେଇଛି । ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଂଟିଆ ଓ ମହେଶ୍ୱର ମହାନ୍ତିଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଥିବା କୁହାଯାଉଛି । ଉଭୟ ଉଭୟଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି । ଏଭଳି ସ୍ଥିତିରେ ଶୁଭାଶିଷ ୫ ହଜାରରୁ ଅଧିକ ବିଜେଡି ନେତା ଓ କର୍ମୀଙ୍କୁ ନେଇ ବଡ଼ଦାଣ୍ଡରେ ଜନସଂପର୍କ ପଦଯାତ୍ରା କରିଛନ୍ତି । ଶୁଭାଶିଷ ଏଭଳି ଶକ୍ତି ପ୍ରଦର୍ଶନ କରି ମହେଶ୍ୱରଙ୍କୁ ଚେକ୍ ଦେଇଛନ୍ତି ବୋଲି କୁହାଯାଉଛି । ତେବେ ୧୮ ମାସରୁ ଅଧିକ ଦିନ ରହିଛି ବିଧାନସଭା ନିର୍ବାଚନ । ଏପରି ଜନଂସପର୍କ ପଦଯାତ୍ରା ଜରିଆରେ ବିଜେଡି ପୁରୀ ନୂଆ ମଙ୍ଗୁଆଳ କଥା ବିଚାର କରୁଛି ବୋଲି କୁହାଯାଉଛି । ଦଳ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଉଛି ଏପରି ସ୍ଥିତିରେ ଶୁୁଭାଶିଷ ଖୁଂଟିଆଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।