କଥାରେ ଅଛି ‘ନିଜ ଉପରେ ଆତ୍ମବିଶ୍ୱାସ ଥିଲେ ସମସ୍ତ କାମ ସମ୍ଭବ ହୋଇଥାଏ।’ ଏମିତି ଏକ ଘଟଣା କର୍ଣ୍ଣାଟକର କଲବୁରାଗିରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ୧୪ ବର୍ଷ ଜେଲ ଦଣ୍ଡ ପରେ ଡାକ୍ତରୀ ଡିଗ୍ରୀ ହାସଲ କରିଛନ୍ତି।
କାଲାବୁରାଗିର ଅଫଜଲପୁରରେ ସୁଭାଷ ପଟେଲ ନାମକ ଜଣେ ବ୍ୟକ୍ତି ବସବାସ କରନ୍ତି। ସୁଭାଷ ପଟେଲ ନିକଟରେ ଏମିତି ଏକ କାମ କରିଛନ୍ତି ଯାହା ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି। ପିଲାଟି ଦିନରୁ ସୁଭାଷଙ୍କର ଡାକ୍ତର ହୋଇ ଲୋକଙ୍କ ସେବା କରିବା ଲାଗି ମନରେ ବହୁତ ଦୁର୍ବଳତା ରହିଥିଲା। କିନ୍ତୁ ତାଙ୍କ ଜୀବନଚକ୍ରରେ ଏମିତି ଏକ ମୋଡ଼ ଆସିଥିଲା ଯେଉଁଥିପାଇଁ ସୁଭାଷଙ୍କୁ ୨୦୦୨ରେ ଏକ ହତ୍ୟା ଘଟଣାରେ ୧୪ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଯାଇଥିଲା।
Kalaburagi:Subhash Patil who was convicted for 14yrs, realises his dream of becoming a doctor,says,I joined MBBS in'97,but in '02 I was jailed in a murder case.I worked at jail's OPD;After release in 2016 for good conduct,completed MBBS in '19, today I've completed 1yr internship pic.twitter.com/fE5kNleymY
— ANI (@ANI) February 15, 2020
କୁହାଯାଉଛି କି, ସୁଭାଷ ପଟେଲ ୧୪ବର୍ଷ ଜେଲରେ ରହିବା ପରେ ବି ନିଜ ମନରେ ଡାକ୍ତର ହେବାର ସ୍ୱପ୍ନକୁ କେବେ ହେଲେ ହଜାଇ ଦେଇ ନଥିଲେ। ଜେଲ ଦଣ୍ଡ ହେବା ସମୟରେ କାଲାବୁରାଗି ଏମଆର୍ ମେଡିକାଲ କଲେଜର ସେ ତୃତୀୟ ବର୍ଷ ଛାତ୍ର ଥିଲେ। ତେବେ ଭଲ ବ୍ୟବହାର ଯୋଗୁଁ ତାଙ୍କୁ ୨୦୧୬ରେ ସ୍ୱତନ୍ତ୍ରତା ଦିବସ ଅବସରରେ ମୁକ୍ତ କରାଯାଇଥିଲା।
ଜେଲରେ ଥିବା ସମୟରେ ୨୦୦୭ରେ ଦୂର ଓ ନିରନ୍ତର ଶିକ୍ଷା ମାଧ୍ୟମରେ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ ସୁଭାଷ । ସେହିପରି ୨୦୧୦ରେ ସେ କର୍ଣ୍ଣାଟକ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ପିଜି ଡିଗ୍ରୀ ମଧ୍ୟ ହାସଲ କରିଥିଲେ ସୁଭାଷ।୨୦୧୯ରେ ସେ ଜେଲରୁ ବାହାରକୁ ଆସିବା ପରେ ଡାକ୍ତରୀ ପାଠପଢ଼ା ଶେଷ କରି ୧ବର୍ଷର ଟ୍ରେନିଂ ପୂରା କରିବା ପରେ ଏବେ ଲୋକଙ୍କ ସେବା କରୁଛନ୍ତି ।