କନକ ବ୍ୟୁରୋ : କେନ୍ଦୁପତ୍ର ଓ ହସ୍ତଶିଳ୍ପ କ୍ଷେତ୍ରରେ ଦ୍ରବ୍ୟ ଓ ସେବା କର ଛାଡ କରିବାକୁ ସଂସଦରେ ଦାବି ଉଠାଇଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ । ରାଜ୍ୟସଭାର ଅଧିବେଶନରେ ସୁବାସ ସିଂ କହିଛନ୍ତି କେନ୍ଦ୍ର ସରକାର କର ବଢାଇବା ଯୋଗୁ ଓଡ଼ିଶାର ୧୦ ଲକ୍ଷ କେନ୍ଦୁପତ୍ର ଶ୍ରମିକ ପ୍ରଭାବିତ ହୋଇଛନ୍ତି । ବିଶେଷକରି ପଶ୍ଚିମ ଓଡ଼ିଶାରେ ରହୁଥିବା ଆଦିବାସୀ ଏବଂ ମହିଳା ଶ୍ରମିକମାନେ ଏଥିରେ କାର୍ଯ୍ୟ କରନ୍ତି । ପୂର୍ବରୁ ସେମାନେ ୫ ପ୍ରତିଶତ ଭ୍ୟାଟ ଦେଉଥିଲେ । କିନ୍ତୁ ୨୦୧୭ରୁ କେନ୍ଦ୍ର ସରକାର ଏହି କର ୫ରୁ ୧୮ ପ୍ରତିଶତକୁ ବଢାଇ ଦେଇଥିଲେ ।

Advertisment

ଫଳରେ ଏହି ଶ୍ରମିକମାନଙ୍କୁ ଦୈଦିନ ମଜୁରୀ ଦେବାରେ ବାଧା ସୃଷ୍ଟି ହେଉଛି । ତେଣୁ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ କର କମାଇଦେବାକୁ ସେ ଦାବି କରିଛନ୍ତି । ଏହାଦ୍ୱାରା କର ବାବାଦକୁ ଦିଆଯାଉଥିବା ୨୦୦ କୋଟି ଟଙ୍କା ଶ୍ରମିକମାନଙ୍କୁ ମଜୁରୀ ଦିଆଯାଇପାରିବ ବୋଲି ସେ କହିଛନ୍ତି । ସେହିପରି ବୟନ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ବୁଣାକାରମାନେ ବିଶ୍ୱରେ ପ୍ରସିଦ୍ଧ ଲାଭ କରିଛନ୍ତି । ହେଲେ ବୁଣାକାରଙ୍କ ପାଇଁ ଆବଶ୍ୟକ ସୂତା, ରଙ୍ଗ, ଅଠା ଇତ୍ୟାଦି ଉପରେ ଲାଗୁ ହୋଇଥିବା କର ସମ୍ପୁର୍ଣ୍ଣଭାବେ ଛାଡ କରିବାକୁ ସେ ଅନୁରୋଧ କହିଛନ୍ତିି ।