କନକ ବ୍ୟୁରୋ : ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ । କଟକ ମେୟର ହେବା ପରେ ସାଂସଦ ପଦରୁ ଦେଲେ ଇସ୍ତଫା । କହିଲେ, ମୁଁ ଗୋଟିଏ ପଦବୀରେ ରହି କାମ କରିବି । କଟକର ମେୟର ଭାବରେ ରହି କାମ କରିବି । ରାଜ୍ୟସଭା ସାଂସଦ ପଦବିରେ ରହି ଗତ ଦୁଇବର୍ଷ ମଧ୍ୟରେ ଓଡିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିବାକୁ ଉଦ୍ୟମ କରିଛି । ରାଜ୍ୟସଭାରେ ଜନକଲ୍ୟାଣକାରୀ ପ୍ରଶ୍ନ ଉଠାଇଥିଲି । ଭାରତବର୍ଷରେ କିଭଳି ନଦୀ ଏବଂ ଜଙ୍ଗଲ ରକ୍ଷଣାବେକ୍ଷଣା ଅଭାବରୁ ନଷ୍ଟ ହେବାରେ ଲାଗିଛି ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିଛି । ଯାହା ଏବେ ଆଇନଗତ ଦିଗକୁ ଯାଉଛି । କେବଳ ଏତିକି ନୁହେଁ, ରାଜ୍ୟସଭାରେ ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରସଙ୍ଗ ମଧ୍ୟ ଉଠାଇଥିଲି । ଏହା ସହିତ, ବାରବାଟୀ ଦୁର୍ଗର ଉନ୍ନୟନ କାର୍ଯ୍ୟ, କଟକ-ସମ୍ବଲପୁର ରାସ୍ତାର ବିଳମ୍ବ ଭଳି ପ୍ରସଙ୍ଗ ସଂସଦରେ ଉଠାଇଥିଲି ।

Advertisment

ତେବେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିବା ନେଇ ପ୍ରେସମିଟ୍ କରି ଘୋଷଣା କରିଛନ୍ତି କଟକର ମେୟର ସୁବାସ ସିଂ । ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପଠାଇଛନ୍ତି ଅସ୍ତଫା ପତ୍ର ।