ପଞ୍ଚାୟତ ନିର୍ବାଚନରେ ପଖାଳ ଖାଇ କାନ୍ଦୁଥିବା ପ୍ରାର୍ଥୀ ବିଜୟୀ । ନୟାଗଡ ୧୨ନଂ ଜୋନରୁ ବିଜୟୀ ହୋଇଛନ୍ତି ସୁବାସ କହଁର

Advertisment
ପଞ୍ଚାୟତ ନିର୍ବାଚନରେ ପଖାଳ ଖାଇ କାନ୍ଦୁଥିବା ପ୍ରାର୍ଥୀ ବିଜୟୀ । ନୟାଗଡ ୧୨ନଂ ଜୋନରୁ ବିଜୟୀ ହୋଇଛନ୍ତି ସୁବାସ କହଁର

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ତିନି ଦିନର ଭୋଟ୍ ଗଣତି ଶେଷ ହୋଇଛି । ଅଧିକାଂଶ ସ୍ଥାନରେ ଫଳାଫଳା ଧିରେଧିରେ ସ୍ପଷ୍ଟ ହୋଇସାରିଥିବାବେଳେ କେଉଁଠାରେ କିଏ ବାଜି ମାରିଲେ ତାହା ମଧ୍ୟ ଜଣାପଡୁଛି । ତେବେ ଗାଁ ରାଜନୀତିର ଚର୍ଚ୍ଚିତ ଚେହେରାଙ୍କ ଭିତରେ ଅଛନ୍ତି ସୁବାସ କହଁର ।

ପଞ୍ଚାୟତ ନିର୍ବାଚନ ପ୍ରଚାର ବେଳେ ସୋସିଆଲ ମିଡ଼ିଆରେ ଜଣେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଜଣେ ବୃଦ୍ଧାଙ୍କ ପାଖରେ ବସି ପଖାଳ ଖାଉଥିଲେ ଜିଲ୍ଲା ପରିଷଦ ପ୍ରାର୍ଥୀ । ପଖାଳ ଖାଇବା ସହ ସେ କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରାର୍ଥୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ଏବେ ନିର୍ବାଚନ ଫଳାଫଳ ଆସିବା ପରେ ପ୍ରାର୍ଥୀ ଜଣଙ୍କ ବିଜୟୀ ହୋଇଥିବା ଜଣାପଡିଛି ।

ନୟାଗଡ଼ ବ୍ଲକ ୧୨ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଥିଲେ ସୁବାସ କହଁର । ବିଜୟୀ ହେବା ପରେ ସେ କହିଛନ୍ତି ବିଜୁ ଜନତା ଦଳ ସହ ଲୋକଙ୍କ ଭଲ ପାଇବା ରହିଛି । ଭିଡିଓରେ ଥିବା ବୃଦ୍ଧା ଜଣକ ତାଙ୍କ ସଂପର୍କୀୟ ବୋଲି କହିଛନ୍ତି ସୁବାସ କହଁର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe