କନକ ବ୍ୟୁରୋ: ବାରଗାର୍ଲ ଶୁଭଲକ୍ଷ୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ମହିଳା କମିଶନଙ୍କ ରିପୋର୍ଟ ତଲବ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ବାର୍ ଗର୍ଲଙ୍କ ମୃତ୍ୟୁ ରହସ୍ୟାବୃତ ହୋଇ ରହିଯାଇଥିବା ବେଳେ ପ୍ରତିଦିନ ନୂଆ ନୂଆ ଚେହେରା ସାମ୍ନାକୁ ଆସିଛି । ପୁରୁଷ ବନ୍ଧୁ ସଂଜୟ, ପରିବାର ଲୋକଙ୍କ ବୟାନ ଏବଂ ସମ୍ପର୍କୀୟ ଅଙ୍କଲଙ୍କ ପ୍ରତିକ୍ରିୟା ଅନୀଲ ନାମକ ଯୁବକଙ୍କ ଆଡ଼କୁ ଇଙ୍ଗିତ କରୁଛି ।

Advertisment

କନକ ନ୍ୟୁଜକୁ ଶୁଭଲକ୍ଷ୍ମୀଙ୍କ ସମ୍ପର୍କୀୟ ଆଣ୍ଟି କହିଛନ୍ତି ଯେ ଶୁଭଲକ୍ଷ୍ମୀ ପ୍ରାୟ ସମୟ ମାନସିକ ଅବସାଦରେ ରହୁଥିଲେ । ଅବସାଦର କାରଣ କେବଳ ପ୍ରେମ ହିଁ ହୋଇପାରେ । କିନ୍ତୁ ବାରରେ ନାଚ କରୁଥିବା ଯୁବତୀ ଜଣେ ଗ୍ରାହକ ସହ କେମିତି ସେହି ବାରର ହୋଟେଲ ରୁମକୁ ଆସିଲେ ଏବଂ ହୋଟେଲ କର୍ମଚାରୀ କାହିଁକି ତରବରିଆ ଭାବରେ ପୋଲିସକୁ ଅପେକ୍ଷା ନକରି ହୋଟେଲ ରୁମର କବାଟ ଭାଙ୍ଗିଦେଲେ । ଏପରିକି ବାର୍ ମାଲିକ ୫୦ହଜାର ଟଙ୍କା ଦେଇ ମାମଲାକୁ ଚପାଇବାକୁ ଉଦ୍ୟମ କରୁଛନ୍ତି ବୋଲି ଆଣ୍ଟିି ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ପରିବାର, ସମ୍ପର୍କୀୟ, ବୟଫ୍ରେଣ୍ଡଙ୍କ ଠାରୁ ଆରମ୍ଭ କରି ବାର୍ କର୍ମଚାରୀ ପର୍ଯ୍ୟନ୍ତ ପ୍ରାୟ ୧୫ ଜଣଙ୍କୁ ଜେରା କରିଛି ପୋଲିସ ।