ସେପ୍ଟେମ୍ବର  ୧୭,ମୋଦିଙ୍କ ଜନ୍ମଦିନରେ ଶୁଭାରମ୍ଭ ହେବ ‘ସୁଭଦ୍ରା ଯୋଜନା’ । ମହିଳା ହିତାଧିକାରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଗିଫ୍ଟ ଭାଉଚର ।

165

କନକ ବ୍ୟୁରୋ: ରାଜ୍ୟରେ ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହେବ ସୁଭଦ୍ରା ଯୋଜନା ।  ଦିଲ୍ଲୀର ହଜଖାସ ମନ୍ଦିରରେ ପ୍ରବାସୀଙ୍କୁ ଅଭିଭାଷଣରେ ଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।

ସେପ୍ଟେମ୍ବର ୧୭ ତାରିଖ ହେଉଛି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଉ ଏହି ଦିନ ଓଡିଶାରେ ଆରମ୍ଭ ହେବ ‘ସୁଭଦ୍ରା’  ଯୋଜନା । ଏହି ଦିନ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ । ଆଉ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏବି କାର୍ଯ୍ୟକ୍ରମରେ ଶୁଭାରମ୍ଭ ହେବ । ଏଥିରେ ୫ ଲକ୍ଷ ମହିଳା ଯୋଗଦେବେ ।

ରାଜ୍ୟର ନବଗଠିତ ବିଜେପି ସରକାର ବହୁପ୍ରତୀକ୍ଷିତ ଯୋଜନା ହେଉଛି ସୁଭଦ୍ରା ଯୋଜନା । ନିର୍ବାଚନ ସମୟରେ ଏହାର ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଉ ସେପ୍ଟେମ୍ବର ୧୭ ତାରିଖରେ ଏହାର ଶୁଭାରମ୍ଭ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନା ଅଧିନରେ  ମହିଳା ହିତାଧିକାରୀଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ ।