କଟକରେ କାୟା ମେଲାଇଛି ନକଲି ସାମଗ୍ରୀ: ନକଲି ଘିଅ କାରବାର ଅଭିଯୋଗରେ ସୁବାସ ଘିଅ ମାଲିକ ସୁବାସ ମଲ୍ଲିକ ଗିରଫ; ଜଗତପୁର ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

Advertisment
କଟକରେ କାୟା ମେଲାଇଛି ନକଲି ସାମଗ୍ରୀ: ନକଲି ଘିଅ କାରବାର ଅଭିଯୋଗରେ ସୁବାସ ଘିଅ ମାଲିକ ସୁବାସ ମଲ୍ଲିକ ଗିରଫ; ଜଗତପୁର ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ସୁବାସ ଘିଅର ମାଲିକ ସୁବାସ ମଲ୍ଲିକଙ୍କୁ ଗିରଫ କଲା ଜଗତପୁର ପୋଲିସ । ନକଲି ଘିଅ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ । ଦୀର୍ଘଦିନ ହେଲା ପୋଲିସ ଖୋଜୁଥିବା ବେଳେ ତାଙ୍କୁ ଆଜି ଗିରଫ କରିଛି । ଗତ କିଛି ଦିନ ହେଲା କଟକରେ ନକଲି ସାମଗ୍ରୀ ଉପରେ ପୋଲିସ ଚଢଉ ଜାରି ରଖିଥିଲା ।

publive-image

ତେବେ ଅନ୍ୟମାନେ ଲୁଚାଛପାରେ ନକଲି କାରବାର ଚଳାଉଥିବା ବେଳେ ସୁବାସ ଘିଅ ଏକ ଲୋକାଲ ବ୍ରାଣ୍ଡ ପାଲଟିଯାଇଥିଲା । ଏପରିକି ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଟିଭିରେ ବିଜ୍ଞାପନ ମଧ୍ୟ ପ୍ରସାରଣ କରୁଥିଲା ସଂସ୍ଥା । ତେଣୁ ଲୋକେ ସୁବାସ ଘିଅକୁ ଅସଲି ମନେକରି ଅତି ଆଗ୍ରହରେ କିଣିନେଉଥିଲେ ।  ହେଲେ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଅସଲି ବ୍ରାଣ୍ଡରେ ନକଲି ସାମଗ୍ରୀ ବିକ୍ରି କରୁଥିଲା ସଂସ୍ଥା ।

publive-image

ସେପଟେ, କଟକରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ନକଲି ଘିଅ କାରଖାନା । କଟକ ମର୍କତନଗର ଅଂଚଳରେ ଏହି ନକଲି ଘିଅ କାରଖାନାକୁ ଠାବ କରିଛି ପୋଲିସ । କାରଖାନାରେ ବିପୁଳ ପରିମାଣର ନକଲି ଘିଅ ତିଆରି ସାମଗ୍ରୀ ଥିବା ଜଣାପଡିଛି । ଏଠାରୁ ୨୭ଟି ନକଲି ଘିଅ ଟିଣ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ଗତ କିଛି ମାସ ଧରି କଟକରେ ନକଲି ସାମଗ୍ରୀ ତିଆରି ଚାଲିଥିବା କାରଖାନା ଗୁଡିକରେ ମାରାଥନ୍ ଚଢାଉ ଜାରି ରଖିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe