‘ଶଙ୍ଖ’ ଧରିବେ ସୁବାସ ଚୌହ୍ୱାନ। ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ହେବେ ସାମିଲ। କହିଲେ, ମୁଁ ୨୦୧୯ରେ ଲଢିବିନି କୌଣସି ବି ନିର୍ବାଚନ

186

କନକ ବ୍ୟୁରୋ: ନବୀନ ନିବାସରେ ସୁବାସ ଚୌହାନ । ବରଗଡ ଲୋକସଭା ଆସନ ପାଇଁ ବିଜେପି ଟିକଟରୁ ବଂଚିତ ହେବା ପରେ ସୁବାସ ଚୌହ୍ୱାନ ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ । ଏବେ ସୁବାସ ବିଜେଡିକୁ ଆସିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଆଜି ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି । ତେବେ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଆଗକୁ ଲୋକଙ୍କ ପାଇଁ ନିରନ୍ତର କାମ କରିବି । ଅଧର୍ମ ବିରୋଧରେ ଧର୍ମର ଲଢେଇ ଜାରି ରହିବ । ନଃିସର୍ତ ଭାବେ ସେ ବିଜେଡିରେ ସାମିଲ ହେଉଥିବା କହିଛନ୍ତି ।କୁରୁକ୍ଷେତ୍ରରେ ଲଢେଇ ଆରମ୍ଭ ହୋଇସାରିଛି । କେଉଁ ଯୋଦ୍ଧା କାହା ପକ୍ଷ ନେବେ ନିଶ୍ଚିତ କରିସାରିଛନ୍ତି । ସେ ଜଣେ ଯୋଦ୍ଧା ଓ ସେ ତାଙ୍କର ପକ୍ଷ ସ୍ଥିର କରିସାରିିଥିବା କହିଛନ୍ତି । ରାଜନୀତି ନାଁରେ ଯେଉଁମାନେ ଓଡିଶାର ଲୋକଙ୍କୁ ଠକୁଛନ୍ତି, ଚଂଚକତା କରି ଅହଙ୍କାର ବଳରେ ରାଜ୍ୟରେ ଶାସନ କରିବାକୁ ଚାହୁଁଛନ୍ତି ସେମାନଙ୍କ ବିରୋଧରେ ଏ ଲଢେଇ ବୋଲି କହିଛନ୍ତି ସୁବାସ ଚୌହ୍ୱାନ ।

ଟିକେଟରୁ ବାଦ ପଡିବା ପରେ ସୁବାସ ଚୌହ୍ୱାନ ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ରରେ ସେ ଅନେକ କଡା କଥା ଲେଖିଥଲେ । ସୁବାସ କହିଥିଲେ କିଛି କୁଚକ୍ରୀ ଗୋଷ୍ଠୀ ସହ ମିଶି ତାଙ୍କ ଟିକେଟ କାଟିଛନ୍ତି । ଟିକେଟ କାଟି ତାଙ୍କୁ ଅପମାନ କରାଯାଇଛି ବୋଲି ସୁବାସ ଚୌହ୍ୱାନ ଅଭି ଯୋଗ ଆଣିଥିଲେ । ବରଗଡ ଲୋକସଭା ଆସନରୁ ଏଥର ସୁବାସ ଚୌହ୍ୱାନଙ୍କୁ ଟିକେଟ ଦିଆଯାଇନଥିଲା । ଏଥିରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ, ପଶ୍ଚିମ ଓଡିଶାର ଓବିସି ସମାଜ ପାଇଁ ଏହା ଅପମାନ ।

ବିଜେପିକୁ ସମର୍ଥନ କରିବା ପାଇଁ ବରଗଡବାସୀ ପ୍ରସ୍ତୁତ ଥିବା ବେଳେ ତାଙ୍କର ଲୋକସଭା ଆସନ ଟିକେଟ କାଟି ଦିଆଯାଇଛି । ଜନତାଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ହେବା ପରେ ତାଙ୍କୁ ବିଜେପୁରରୁ ଲଢିବାକୁ କୁହାଯାଇଥିଲା । ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲି ବୋଲି କହିଥିଲେ ସୁବାସ ।