ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା : ରାଜଘାଟରେ ୧୦.୪୧ ମିଟର ଜଳ ପ୍ରବାହିତ

ବାଲିଆପାଳ ବ୍ଲକର ୬ ପଂଚାୟତର ୩୦ରୁ ଅଧିକ ଗାଁ ପାଣି ଘେରରେ; ସେପଟେ ହୀରାକୁଦରେ ୨୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

139

କନକ ବ୍ୟୁରୋ : ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା । ରାଜଘାଟଠାରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ଏବେ ଜଳସ୍ତର ରହିଛି ୧୦.୪୧ ମିଟର । ଇକୋରପାଳଠାରେ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି । ଯାହାକୁ ନେଇ ତଳିଆ ଅଂଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ନଦୀର ଜଳସ୍ତର ବଢୁଥିବାରୁ ବାଲିଆପାଳ ବ୍ଲକର ୬ ପଂଚାୟତର ୩୦ରୁ ଅଧିକ ଗାଁ ଏବେ ପାଣି ଘେରରେ ରହିଛି ।

ହୀରାକୁଦର ଏବେ ୨୮ଟି ଗେଟ୍ ଖୋଲା ରହିଛି । ୨୮ ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ରହିଛି ୬୨୮.୮୩ ଫୁଟ । ହୀରାକୁଦ ଜଳଭଣ୍ଡାରକୁ ଯେତିକି ଜଳ ପ୍ରବେଶ କରୁଛି ସେତିକି ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୪ ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ସମାନ ୪ ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ବାମ ସ୍ପିଲୱେର ୧୯ ଓ ଡାହାଣ ପାଶ୍ୱର୍ର ୯କୁ ମିଶାଇ ମୋଟ୍ ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।