ବସ୍ତା ରାଜଘାଟଠାରେ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା : ଗାଲୁଡ଼ିହି ବ୍ୟାରେଜରେ ୮ ହଜାର କ୍ୟୁସେକ ପାଣି ଛଡାଯିବାରୁ ନଦୀରେ ବଢିଲା ଜଳସ୍ତର

60

କନକ ବ୍ୟୁରୋ : ବିପଦ ସଙ୍କେତ ଟପିଲା ସୂବର୍ଣ୍ଣରେଖା । ବସ୍ତା ରାଜଘାଟଠାରେ ବିପଦ ସଙ୍କେତ ଟପିଛି ସୂବର୍ଣ୍ଣରେଖା । ରାଜଘାଟରେ ସତର୍କ ସଙ୍କେତ ୯.୪୫ ମିଟର ଥିବା ବେଳେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର । ଏବେ ରାଜଘାଟଠାରେ ୧୦.୪୨ ମିଟର ଜଳ ପ୍ରବାହିତ ହେଉଛି ।

ଝାଡଖଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ଗାଲୁଡିହି ବ୍ୟାରେଜରୁ ୮ ହଜାର କ୍ୟୁସେକ ପାଣି ଛଡାଯିବାରୁ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଏହାର ପ୍ରଭାବରେ ତଳମୁଣ୍ଡରେ ଥିବା ବାଲିଆପାଳ, ଭୋଗରାଇ ବ୍ଲକରେ ବନ୍ୟା ଆଶଙ୍କା ଦେଖାଦେଇଛି । ଜଳସ୍ତର ବଢୁଥିବାରୁ କୂଳ ଲଂଘି ତଳିଆ ଅଂଚଳରେ ପ୍ରବେଶ କରିବ ବୋଲି ଆଶଙ୍କା କରାଯାଉଛି । ଫଳରେ ତଳମୁଣ୍ଡରେ ଥିବା ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।