ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର କଲେ ଶୁଭାରମ୍ଭ

120

କନକ ବ୍ୟୁରୋ : ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୮୫ କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ । ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ । କରଂଜିଆ ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପ ।

୮୨୩ କୋଟି ବ୍ୟୟରେ ଦେଓ ଜଳ ସେଚନ ପ୍ରକଳ୍ପ । ଦେଓ ନଦୀ ଉପରେ ନିର୍ମିତ ୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବନ୍ଧ । ଉଭୟ ବାମ ଏବଂ ଦକ୍ଷିଣ ପାର୍ଶ୍ୱରେ ୫୮ କି.ମି କେନାଲ । ୯୯ଶହ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା । ମୟୂରଭଞ୍ଜ ଜିଲ୍ଲାର ୨ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ । ୨୭ ହଜାର ହେକ୍ଟରରୁ ଅଧିକ ଚାଷ ଜମି ହେବ ଜଳସେଚିତ । ୧୦୦ଟି ଗ୍ରାମର ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହେବେ ।