କନକ ବ୍ୟୁରୋ : ବାହାର ଜିଲ୍ଲାରୁ ସୁବର୍ଣ୍ଣପୁରକୁ ଧାନ ଚୋରା ଚାଲଣ । ୨ଟି ଧାନ ବୋଝେଇ ଗାଡ଼ି ଜବତ କଲା ଯୋଗାଣ ବିଭାଗ । ଏହି ୨ଟି ଗାଡ଼ି ସୋନପୁର ଜିଲ୍ଲାରୁ ଆସିଥିଲା । ୪୩୦ ପଲିଥିନ ବ୍ୟାଗରେ ଥିବା ୨୩୯ କ୍ୱିଂଟାଲ ୨୭ କେଜି ଧାନ ଜବତ କରାଯାଇଛି । ୧୭୧ କ୍ୱିଂଟାଲ ଧାନ ନୟାଗଡ଼ରୁ ଆସିଥିବା ବେଳେ ଅନ୍ୟ ଏକ ମିନି ଟ୍ରକରେ ୬୭ କ୍ୱିଂଟାଲ ୮୨ କେଜି ଧାନ ବୌଦ୍ଧ ଜିଲ୍ଲାରୁ ସୋନପୁରକୁ ଚୋରା ଚାଲଣ ହେଉଥିଲା । ସୋନପୁର ସହରରେ ଏହି ଟ୍ରକକୁ ଜବତ କରିଛି ଯୋଗାଣ ବିଭାଗର ସ୍ୱତନ୍ତ୍ର ଟିମ୍ ।

Advertisment