କନକ ବ୍ୟୁରୋ: ରବି ଧାନ ବିକ୍ରିର ଅଚଳାବସ୍ଥା ଦୂର କରିବା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ସୁବର୍ଣ୍ଣପୁରର ଚାଷୀ । ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଉଲୁଣ୍ଡା ବ୍ଲକ ହିକୁଡି ଛକରେ ୧୨ ଘଂଟିଆ ରାସ୍ତାରୋକ କରାଯାଇଛି । ଚାଷୀମାନେ ସୁବର୍ଣ୍ଣପୁର-ସମ୍ବଲପୁର ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡି ଅଟକି ରହିଛି । ଜିଲ୍ଲା କୃଷକ ସଂଗଠନ ଉପସଭାପତି ବୈକୁଣ୍ଠ ନାଥ ଶତପଥୀଙ୍କ ନେତୃତ୍ୱରେ ୮ ଦଫା ଦାବି ନେଇ ଚାଷୀମାନେ ରାଜପଥ ଅବରୋଧ କରିଛନ୍ତି ।
ଧାନ ବିକ୍ରି ଅଚଳାବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଲେ ସୁବର୍ଣ୍ଣପୁରର ଚାଷୀ । ୮ଦଫା ଦାବିରେ ସୋନପୁର-ସମ୍ବଲପୁର ରାଜପଥକୁ ୧୨ ଘଣ୍ଟିଆ ଅବରୋଧ ।
/kanak/media/post_attachments/wp-content/uploads/2021/06/2-13.jpg)