କନକ ବ୍ୟୁରୋ : ସାରର କଳାବଜାରୀକୁ ନେଇ ସୁବର୍ଣ୍ଣପୁରରେ ତେଜିଲା ଚାଷୀ ଆନ୍ଦୋଳନ । ସାର କଳାବଜାରରୀ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୟୁରିଆ ସାରର କଳାବଜାରୀ ଯୋଗୁଁ ଚାଷୀ ୨୬୫ ଟଙ୍କାର ସାରକୁ ୬୫୦ ଟଙ୍କା ଦେଇ ବଜାରରୁ କିଣୁଥିବା ଅଭିଯୋଗ ହୋଇଛି ।
ଏହାଛଡା ଚଳିତ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ସଠିକ ଆକଳନ କରି ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଯଦି ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ବ୍ୟାପକ ହେବ ବୋଲି ଜିଲ୍ଲା କୃଷକ ସଂଗଠନ ଚେତାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/10-10.jpg)