ପୋଲିସ ଗାଡିରୁ ଟାୟାର ଚୋରି କରୁଥିଲେ ପୋଲିସ । ଧରାପଡିବା ପରେ ଗିରଫ ହେଲେ ସବଇନ୍ସପେକ୍ଟର ।

368

କନକ ବ୍ୟୁରୋ : ବାଡ଼ ଯଦି କ୍ଷେତ ଖାଏ, ଓଡ଼ିଆରେ ଏଭଳି ଏକ ଲୋକକଥା ଆପଣ ନିଶ୍ଚୟ ଶୁଣିଥିବେ । ଅଥାର୍ତ ନିଜର ଲୋକ ବିଶ୍ୱାସଘାତକତା କରିବା । ଏବେ ଠିକ୍ ସେହିଭଳି ଏକ ଘଟଣା ପଞ୍ଜାବ ପୋଲିସ ସହ ଘଟିଛି ।ପଞ୍ଜାବର ପାନିପତରେ ଜଣେ ପୁଲିସ କର୍ମଚାରୀ ଗିରଫ ହୋଇଛନ୍ତି । ଆଉ ତାହା ପଛର କାରଣ କିଛି ଏଭଳି ରହିଛି । ମିଳିଥିବା ସୂଚନା ମୁତାବକ ପୁଲିସ ପେଟ୍ରୋଲିଙ୍ଗ ବାଇକର ଟାୟାର ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଥିଲା । ଥାନା ଆଗରେ ପେଟ୍ରୋଲିଙ୍ଗ ଗାଡି ଥିଲେ ବି କେମିତି ଚୋରି ହୋଇଥିଲା ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ତଦନ୍ତରୁ ଜଣାପଡିଥିଲା ଯେ ଏହି ଚୋରି ପଛରେ ସବଇନ୍ସପେକ୍ଟର ଫତେ ସିଂଙ୍କର ହାତ ରହିଛି । ପାନୀପତ ଥାନାର ମାଲଖାନା ଗାର୍ଡ ଇନଚାର୍ଜଙ୍କ ଅଭିଯୋଗ ପରେ ଏକ ରିପୋର୍ଟ ପଞ୍ଜୀକରଣ କରିବା ପରେ ସବଇନ୍ସପେକ୍ଟର ଫତେ ସିଂଙ୍କୁ ଜେଲ ପଠାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଥାନାର ମାଲଖାନା ଗାର୍ଡ ଇନ-ଚାର୍ଜ ଫୁଲ କୁମାର କହିଛନ୍ତି ଯେ ମେ ୨୧ ରେ ଥାନା ବାହାରେ ପାର୍କିଂ ହୋଇଥିବା ବୁଲେଟ୍ ବାଇକର ଉଭୟ ଟାୟାର ଚୋରି ହୋଇଥିବା ଜଣାପଡିଥିଲା ।

ଅନୁସନ୍ଧାନ ବେଳେ ଏଏସଆଇ ଫତେହ ସିଂ ବୁଲେଟ୍ ବାଇକର ଉଭୟ ଟାୟାର ଚୋରି କରିଥିବା ଜଣାପଡିଥିଲା । ଏହା ପରେ ଉଚ୍ଚ ପଦାଧିକାରୀଙ୍କୁ ଏହି ସୂଚନା ଦିଆଯାଇଥିଲା ଏବଂ ସେମାନଙ୍କ ନିର୍ଦ୍ଦେଶରେ ଏଏସଆଇ ଫତେହ ସିଂଙ୍କ ବିରୋଧରେ ପୁଲିସ ଷ୍ଟେସନ ସେକ୍ଟର -୨୯ରେ ରିପୋର୍ଟ ଦାଖଲ କରାଯାଇଥିଲା।