ଜୋର ଧରିଲା ପଟ୍ଟାମୁଣ୍ଡାଇକୁ ସବଡ଼ିଭିଜନ୍ ମାନ୍ୟତା ଦାବି ! ମଶାଲ ଧରି ଶୋଭାଯାତ୍ରା କଲେ ସାଧାରଣ ଲୋକ

22

କନକ ବ୍ୟୁରୋ : ଜୋର ଧରିଲା ପଟ୍ଟମୁଣ୍ଡାଇକୁ ସବଡ଼ିଭିଜନ ମାନ୍ୟତା ଦାବି । ଏନେଇ ଲୋକଙ୍କ ମନରେ ଆନ୍ଦୋଳନ ଦାନା ବାନ୍ଧିଲାଣି । ଆଜି ପଟ୍ଟାମୁଣ୍ଡାଇକୁ ସବଡ଼ିଭିଜନ ମାନ୍ୟତା ଦାବିରେ ମଶାଲ ଶୋଭାଯାତ୍ରା କରାଯାଇଛି । ବିଜେପି ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି । ସନ୍ଧ୍ୟାରେ ବିଜେପି ପକ୍ଷରୁ ଏକ ମଶାଲ ଧରି ବଜାର ପରିକ୍ରମା କରିଥିଲେ । ବିଜେପି ନେତା ତଥା ପୂର୍ବତନ ବିଧାୟକ ଅଲେଖ ଜେନାଙ୍କ ନେତୃତ୍ୱରେ ଶହ ଶହ କର୍ମୀ ସବଡ଼ିଭିଜନ ପାଇଁ ଦାବି କରିଥିଲେ । ସେହିଭଳି ଗତକାଲି ମଧ୍ୟ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇକୁ ସବଡିଭିଜନ୍ ମାନ୍ୟତା ଦାବିରେ ୬ ଘଂଟିଆ ବନ୍ଦ ପାଳନ କରାଯାଇଥିଲା।

୧୯୯୩ ମସିହାରେ କେନ୍ଦ୍ରାପଡା ଜିଲ୍ଲା ଗଠନ ପରେ ପଟ୍ଟାମୁଣ୍ଡାଇକୁ ସବଡିଭିଜନ୍ ମାନ୍ୟତା ପାଇଁ ଦାବି ହୋଇଆସୁଛି । ବିଧାନସଭା ଷ୍ଟାଣ୍ଡିଂ କମିଟି ଆଳିକୁ ସବଡିଭିଜନ୍ ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଦେବା ପରେ ବିବାଦ ଆରମ୍ଭ ହୋଇଛି । ଏ ନେଇ ପଟ୍ଟାମୁଣ୍ଡାଇରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।