କନକ ବ୍ୟୁରୋ: ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସର କୋଟିପତି କିରାଣି ଗିରଫ । ଉଦୟନାଥ ଜେନା ୨ କୋଟି ୫୧ ଲକ୍ଷରୁ ଅଧିକ ଟଙ୍କାର ମାଲିକ । ତାଙ୍କ ନାଁରେ ୭ ଟି ଜମି ଓ ୨ଟି ଘର ରହିଛି । ପତ୍ନୀଙ୍କ ନାଁରେ ବି ଜମି, କୋଟିଏ ୩୨ ଲକ୍ଷରୁ ଅଧିକ ଟଙ୍କାର ଜମି ରହିଛି ।୧୯୮୯ରୁ ୨୦୨୦ ମଧ୍ୟରେ ଦରମା ୩୫ ଲକ୍ଷ ଥିବା ବେଳେ ଆୟବର୍ହିଭୂତ ସମ୍ପତି ୧ କୋଟି ୧୭ ଲକ୍ଷ ୮୧ ହଜାର ୧୦୩ ଟଙ୍କା । ଗତକାଲି ଭିଜିଲାନ୍ସ ଉଦୟନାଥଙ୍କ ଭୁବନେଶ୍ୱର ସୁନ୍ଦରପଦା ବାସଭବନ ସମେତ, କେନ୍ଦ୍ରାପଡା ରାଜନଗରରେ ଥିବା ବାସଭବନ ଓ ଅଫିସରେ ରେଡ କରିଥିଲେ ।

Advertisment