ସୌଭାଗ୍ୟନଗରରେ ଖୋଲିଲା ଷ୍ଟାଇଲନ୍ ମେକଓଭର ୟୁନିସେକ୍ସ ସେଲୁନ, ଉଦଘାଟନ କଲେ ସବ୍ୟସାଚୀ ଓ ଅର୍ଚ୍ଚିତା

240

କନକ ବ୍ୟୁରୋ : ସିଟି ଓମେନ୍ସ କଲେଜ/ ସିଟି ମହିଳା ମହାବିଦ୍ୟାଳୟ ପାଖ ସୌଭାଗ୍ୟ ନଗର ଠାରେ ଷ୍ଟାଇଲନ୍ ମେକଓଭର ୟୁନିସେକ୍ସ ସେଲୁନର ଶୁଭ ଉଦଘାଟନ ହୋଇଯାଇଛି । ଏହି ଷ୍ଟାଇଲନ୍ ମେକଓଭର ସେଲୁନର ଶୁଭ ଉଦଘାଟନୀ ଉତ୍ସବରେ ଓଲିଉଡ଼ର ଦୁଇ ଷ୍ଟାର ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଷ୍ଟାଇଲନ୍ ରାଜଧାନୀର ଏକ ଅଗ୍ରଣୀ ସେଲୁନ ଯେଉଁଠି ଆପଣ ପାଇପାରିବେ ଉଚ୍ଚ ମାନର ସର୍ଭିସ ତାହା ପୁଣି ସୁଲଭ ମୂଲ୍ୟରେ । ସକାଳ ୮ ଟା ରୁ ଅପରାହ୍ନ ୩ ଟା ପର୍ୟ୍ୟନ୍ତ ସମସ୍ତ ସର୍ଭିସ ଉପରେ ରହିଛି ପଚାଶ ପ୍ରତିଶତ ରିହାତି । ଷ୍ଟାଇଲନର ମାଲିକ ଶ୍ରୀମତୀ ପ୍ରିୟଙ୍କା ପଣ୍ଡା ଏବଂ ପ୍ରବୀନ ଆଚାର୍ୟ୍ୟଙ୍କ କହିବା କଥା ରାଜଧାନୀ ଅନେକ ୟୁନିସେକ୍ସ ସେଲୁନ ରହିଛି ଯଦିଓ ଷ୍ଟାଇଲନ୍ ଭିନ୍ନ । ସ୍ୱତନ୍ତ୍ର ତାଲିମ୍ ପ୍ରାପ୍ତ କର୍ମଚାରୀଙ୍କୁ ନେଇ ଗଢି ଉଠିଛି ଷ୍ଟାଇଲନ୍ ମେକଓଭର । ସେଲିବ୍ରିଟି ଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସବୁ ପ୍ରକାରର ସୁବିଧା ରହିଛି । ଯିଏ ଥରେ ଆସିବେ ସେ ନିଶ୍ଚିତ ଭାବେ ଉପକୃତ ହେବେ ଏବଂ ପ୍ରଶଂସା ମଧ୍ୟ କରିବେ ।
ସବ୍ୟ ଅର୍ଚ୍ଚିତା ଷ୍ଟାଇଲନର ଶୁଭ ଉଦଘାଟନୀ ଉତ୍ସବରେ ଯୋଗଦେଇ ଷ୍ଟାଇଲନ୍ ସେଲୁନ ଦେଖି ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ଆଗକୁ ରଜ ଅଛି ତେଣୁ ଏହି ପାର୍ଲର କୁ ଆସି ସୁଯୋଗ ନେବାକୁ କହିଥିଲେ ।