ବିଷଧର ସାପ ସହ ଖେଳ କରି ଫସିଗଲେ ଯୁବକ, ଅଟକ ରଖି ପଚରାଉଚୁରା କରୁଛି ବନବିଭାଗ ।

568

କନକ ବ୍ୟୁରୋ: ସଜା ପାଲଟିଲା ସାପ ସହ ଖେଳ । ସାପ ଫଣା ସହ ଚୁମା ଭିଡିଓ ଭାଇରାଲ ଘଟଣାରେ ରୋହିତ୍ ମେହେର ଅଟକ ରହିଛନ୍ତି । କିଛି ଝିଅଙ୍କୁ ନେଇ ବିଷଧର ନାଗ ସାପକୁ ଚୁମ୍ବନ ଷ୍ଟଣ୍ଟ ଦେଉଥିବା ଘଟଣା ଭାଇରାଲ ହୋଇଥିଲା । ଏହାପରେ ବରଗଡ଼ ଡିଏଫଓ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ତେଣୁ ରୋହିତ ମେହେରଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି ବୋଲି କହିଛନ୍ତି ବରଗଡ଼ ଡିଏଫଓ ପି. ସନ୍ଦୀପ ।

ଅନ୍ୟପଟେ ଉକ୍ତ ଯୁବକ କିଛି ସମୟ ପୂର୍ବେ କନକ ନ୍ୟୁଜ ପ୍ରତିକ୍ରିୟା ଦେଇ ଭୁଲ ମାଗିଥିଲେ । ଭୁଲକୁ ସ୍ୱୀକାର କରିଥିବା ବେଳେ ଆଉ ଏପରି ଭୁଲ କରିବିନି ବୋଲି କହିଥିଲେ ଭିଡିଓ ଅପଲାଡ କରିଥିବା ରୋହିିତ ମେହେର । ସଉକ ପାଇଁ ସାପ ସହ ଭିଡିଓ ବନାଇଥିଲେ , କିନ୍ତୁ ଅପରାଧ ବୋଲି ଜାଣିବା ପରେ ଡିସେମ୍ବର ମାସରୁ ଭିଡିଓ ଅପଲୋଡ କରିବା ବନ୍ଦ କରିଦେଇଥିବା ସଫେଇ ଦେଇଛନ୍ତି ।

ସେ ଭୁଲ କରିଛନ୍ତି ଏବଂ ଯାହା ଦଣ୍ଡବିଧାନ କରାଯିବ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି । ଅର୍ଥ ରୋଜଗାର କରିବା ଉଦ୍ଦେଶ୍ୟରେ ସେ ଏହ ଭିଡିଓ କରିନଥିବା କହୁଥିଲେ ବି ପରେ ଏହି ଭିଡିଓ ଅପଲୋଡ କରି ୧୬ରୁ ୧୭ ହଜାର ଟଙ୍କା ରୋଜଗାର କରିଥିବା କହିଛନ୍ତି । ଏବଂ ଭିଡିଓରେ ଥିବା ଝିଅ ମାନେ ତାଙ୍କ ଭଉଣୀ ବୋଲି ସେ କହିଛନ୍ତି ।