ବିଦେଶୀ ଟିମ୍‌ରେ ଖେଳିବାକୁ ଆଶା ରଖିଛନ୍ତି ଭାରତୀୟ କ୍ରିକେଟର ଏସ୍‌ ଶ୍ରୀସନ୍ଥ !

14

ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ଦ୍ୱାରା କଟକଣା ଜାରି କରିବା ପରେ ଭାରତୀୟ କ୍ରିକେଟର ଏସ୍‌ ଶ୍ରୀସନ୍ଥ ବିଦେଶୀ ଟିମ୍‌ରେ ଖେଳିବାକୁ ଆଶା ରଖିଛନ୍ତି। ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ଶ୍ରୀସନ୍ଥ କହିଛନ୍ତି, ବିସିସିଆଇ କଟକଣା ଜାରି କରିଛି କିନ୍ତୁ ଆଇସିସି ନୁହେଁ, ଯେଉଁଥି ପାଇଁ ଟିମ୍‌ ଇଣ୍ଡିଆ ପାଇଁ ଖେଳି ପାରିବେ ନାହିଁ।

ଶ୍ରୀସନ୍ଥ ଅନ୍ୟ ଦେଶର ଟିମ୍‌ରେ ସାମିଲ ହେବା ପାଇଁ ପୂର୍ବ ସୂଚନା ଦେଇଛନ୍ତି। ମୁଁ ଆଉ କେଉଁ ଦେଶ ପାଇଁ ଖେଳି ପାରେ। ମୋର ବୟସ ଏବେ ୩୪ ବର୍ଷ, ଆହୁରି ୬ ବର୍ଷ ଖେଳି ପାରିବି ବୋଲି ସେ କହିଛନ୍ତି। କେରଳ ହାଇକୋର୍ଟ ସୋମବାର ବୋର୍ଡ ଦ୍ୱାରା ଲଗାଯାଇଥିବା କଟକଣାକୁ ଜାରି ରଖିଛି।

ଶ୍ରୀସନ୍ଥ କହିଛନ୍ତି, ମୁଁ ଖେଳିବାକୁ ଚାହୁଁଛି। କ୍ରକେଟକୁ ବହୁତ ଭଲ ପାଏ। ବିସିସିଆଇ ଏକ ଘରୋଇ ଫାର୍ମ, ଯିଏକି ନିଜକୁ ଭାରତୀୟ ଟିମ୍‌ ମନେକରୁଛି। କିନ୍ତୁ ଆପଣଙ୍କୁ ଜାଣିବାକୁ ହେବ ଯେ ବିସିସିଆ ଏକ ଘରୋଇ କମ୍ପାନି। ଶ୍ରୀସନ୍ଥଙ୍କ ବୟାନ ଉପରେ ବିସିସିଆଇର କାର୍ୟ୍ୟକାରୀ ସଚିବ ଅମିତାଭ ଚୌଧୁରୀ କହିଛନ୍ତି, କୌଣସି ଖେଳାଳିଙ୍କ ଉପରେ ଆଇସିସିର ସମ୍ପୁର୍ଣ୍ଣ ସଦସ୍ୟ କଟକଣା ଲଗାଇଲେ, ସେ ଅନ୍ୟ ସମ୍ପୁର୍ଣ୍ଣ ସଦସ୍ୟ ଓ ଆସୋସିଏସନ୍‌ ସହିତ ଖେଳି ପାରିବେ ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.