କରୋନା ବିରୋଧୀ ଲଢେଇରେ ୯୦ ପ୍ରତିଶତ ଫଳପ୍ରଦ ଆଷ୍ଟ୍ରେଜେନିକା ପ୍ରସ୍ତୁତ ଟିକା । ‘ପିଏଚଇ’ ଅଧ୍ୟୟନରୁ ଆସିଲା ନୂଆ ତଥ୍ୟ

179

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣ ଭିତରେ ଟିକାକୁ ନେଇ ସାମ୍ନାକୁ ଆସିଲା ଏକ ଖୁସି ଖବର । ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟରୁ ଜଣାପଡିଛି କି, ଅକ୍ସଫୋର୍ଡ ଆଷ୍ଟ୍ରେଜେନିକା ଦ୍ୱାରା ପ୍ରସ୍ତୁତ ଟିକା କରୋନା ଲଢେଇରେ ୯୦ ପ୍ରତିଶତ ଫଳପ୍ରଦ ହେଉଛି । ଭାରତରେ ଯେଉଁ ଟିକାକୁ ଆମେ କୋଭିସିଲ୍ଡ ନାଁରେ ଲୋକଙ୍କୁ ଦିଆଯାଉଛି । ଯାହାର ଉତ୍ପାଦନ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କରୁଛି ।

ପବଲିକ୍ ହେଲ୍ଥ ଇଂଲଣ୍ଡ ବା ପିଏଚଇର କହିବା ଅନୁସାରେ, ଆଷ୍ଟ୍ରେଜେନିକାର ଟିକା କରୋନା ବିରୋଧୀ ଲଢେଇରେ ୮୫ ପ୍ରତିଶତରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ହେଉଛି । ତଥ୍ୟ କହୁଛି, ଏହି ଟିକାକୁ ନେବା ପରେ ପାଖାପାଖି ୧୩ ହଜାର କରୋନା ସଂକ୍ରମିତଙ୍କ ଜୀବନ ବଞ୍ଚିଯାଇଛି, ଯେଉଁମାନଙ୍କ ବୟସ ୬୦ କିମ୍ବା ତାଠୁ ଅଧିକ ବୟସ ରହିଥିଲା । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି କି, ଏହି ଟିକା ନେବା ପରେ ପ୍ରାୟ ୪୦ ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହେବା ପରେ ବି ସେମାନର ମେଡିକାଲ ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇନି । ଘରେ ରହି ସେମାନେ କରୋନାରୁ ମୁକ୍ତ ହୋଇଛନ୍ତି । ଯେଉଁମାନଙ୍କ ବୟସୀମା ୬୫ ବର୍ଷରୁ ଅଧିକ ଥିଲା ।