ଆଗାମୀ ବର୍ଷରେ ସବୁଠାରୁ ବଡ ଏବଂ ସ୍ଥନ୍ୟପାୟୀ ପଶୁଙ୍କ ମଧ୍ୟରେ କେବଳ ଦେଖାଯିବେ ଗାଈ ! ଜାଣନ୍ତୁ କଣ ରହିଛି କାରଣ ।

Advertisment
ଆଗାମୀ ବର୍ଷରେ ସବୁଠାରୁ ବଡ ଏବଂ ସ୍ଥନ୍ୟପାୟୀ ପଶୁଙ୍କ ମଧ୍ୟରେ କେବଳ ଦେଖାଯିବେ ଗାଈ ! ଜାଣନ୍ତୁ କଣ ରହିଛି କାରଣ ।

image courtesy - http://www.animalsaustralia.org

ଏକ ଅଧ୍ୟୟନ ଅନୁସାରେ, ଯଦି ଭବିଷ୍ୟତରେ ବଡ ଆକାରର ଏବଂ ବିଲୁପ୍ତପ୍ରାୟ ଜୀବ ମାନଙ୍କର ଅସ୍ତିତ୍ୱ ନରହେ, ତେବେ ଆଗାମୀ ୨୦୦ ବର୍ଷରେ ଗୁହପାଳିତ ପଶୁ ଗାଈ ହିଁ ପୃଥିବୀ ପୃଷ୍ଠରେ ସବୁଠାରୁ ବଡ ସ୍ଥଳଜୀବି ଏବଂ ସ୍ତନ୍ୟପାୟୀ ଜୀବ ହିସାବରେ ରହିଯିବ । ଆମେରିକାରେ ନିୟୁ ମେକ୍ସିକୋ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ, ସ୍ତନ୍ୟପାୟୀ ଜୀବ ବିବିଧତାର କ୍ଷୟକ୍ଷତି ଏକ ପ୍ରମୁଖ ସଂରକ୍ଷଣ ଚିନ୍ତା ଅଟେ । ଯାହାକି ଅତି କମରେ ୧୨୫୦୦୦ ବର୍ଷ ପର୍ଯ୍ୟନ୍ତ ଚାଲୁଥିବା ଲମ୍ବା ଅବଧିର ପ୍ରବୃତ୍ତିର ଅଂଶ ଅଟେ । ଜର୍ନାଲ ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ବଡ ଆକାର ଥିବା ସ୍ତନ୍ୟପାୟୀ ଜୀବଙ୍କ ଉପରେ ମନୁଷ୍ୟର ପ୍ରଭାବରୁ ଏହି ଜୀବଗୁଡିକ ଆଫ୍ରିକାରୁ ବାହାରକୁ ଚାଲିଯିବାର ଅନୁମାନ ଲଗାଯାଇଛି ।

publive-image

ବିଶେଷଜ୍ଞ ମାନଙ୍କ କହିବା କଥା, ଶରୀରର ଆକାରରେ ହ୍ରାସ ଘଟିବାରୁ ସମୟ ଅନୁଯାୟୀ ସବୁଠାରୁ ବଡ ପ୍ରଜାତିର ଜୀବମାନଙ୍କ ପ୍ରତି ବିପଦ ରହିଛି । ଏବଂ ଏହା ଅତୀତ ଏବଂ ବର୍ତ୍ତମାନ ଉଭୟରେ ମନୁଷ୍ୟ ଗତିବିଧିର ଏକ ମତିଭ୍ରମ ଅଟେ । ଅଧ୍ୟୟନ ଅନୁସାରେ ଯଦି ଭବିଷ୍ୟତରେ ଏହି ପ୍ରବୃତି ଜାରି ରହେ ତେବେ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି ଯେ, ଆଗାମୀ ୨୦୦ ବର୍ଷରେ ଗୃହପାଳିତ ପଶୁ ଗାଈ ହିଁ ପୃଥିବୀ ପୃଷ୍ଟରେ ସବୁଠାରୁ ବଡ ସ୍ଥଳଜୀବି ସ୍ଥନ୍ୟପାୟୀ ପ୍ରାଣୀ ହୋଇପାରିବ ।

publive-image

ତେବେ ଯଦି ଏପରି ହୁଏ ତେବେ ହାତୀ, ଜିରାଫ, ଏବଂ ଜଳହସ୍ତୀ ମାନଙ୍କର ଅସ୍ତିତ୍ୱ ବିପଦରେ ପଡିଯିବ । ନ୍ୟୁ ମେକ୍ସିକୋ ବିଶ୍ୱବିଦ୍ୟାଳୟର କେଲିସା ସ୍ମିଥ କହିଛନ୍ତି ଯେ, ସବୁଠାରୁ ଆଶ୍ଚର୍ଯ୍ୟ ଅନୁସନ୍ଧାନ ଭିତରୁ ଏହା ଗୋଟିଏ ଥିଲା ଯେ, ୧୨୫,୦୦୦ ବର୍ଷ ପୂର୍ବେ ଆଫ୍ରିକାରେ ସ୍ଥନ୍ୟପାୟୀ ଜୀବଙ୍କ ଶରୀରର ଆକାର ଅନ୍ୟ ଦେଶ ତୁଳନାରେ ୫୦ ପ୍ରତିଶତ ଛୋଟ ଥିଲା । ସ୍ମିଥ କହିଛନ୍ତି ଯେ, ସନ୍ଦେହ କରାଯାଉଛି , ଆଗ କାଳର ମନୁଷ୍ୟ ପ୍ରଥମରୁ ହିଁ ସ୍ଥନ୍ୟପାୟୀ ଜୀବ ମାନଙ୍କ ଆକାରକୁ ପ୍ରଭାବିତ କରିଥିଲେ ।

ତେବେ ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଶିବରାଜ ସରକାର ଏବେ ନର୍ମଦା ଯାତ୍ରା ଏବଂ ଏକାତ୍ମା ଯାତ୍ରା ପରେ ପରେ ଏମିତି ଏକ ଆଇନ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି ଯେଉଁଥିରେ ଗାଈମାନଙ୍କୁ ବାହାରେ ଅନାଥଙ୍କ ପରି ଛାଡି ଦେଉଥିବା ଗୋପାଳକ ମାନଙ୍କୁ ଦଣ୍ଡ ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe