ଉଚ୍ଚଶିକ୍ଷା ପାଇଁ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କରୁ ଏକ ପ୍ରତିଶତ ସୁଧ ହାରରେ ମିଳିବ ଶିକ୍ଷା ଲୋନ୍

Advertisment
ଉଚ୍ଚଶିକ୍ଷା ପାଇଁ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କରୁ ଏକ ପ୍ରତିଶତ ସୁଧ ହାରରେ ମିଳିବ ଶିକ୍ଷା ଲୋନ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉଚ୍ଚଶିକ୍ଷା ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁବସି ଖବର । ରାଜ୍ୟ ସରକାର ଆରମ୍ଭ କଲେ କଳିଙ୍ଗ ଶିକ୍ଷା ସାଥୀ ଯୋଜନା । ଏହା ଯୋଜନା ଜରିଆରେ ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କରୁ ଏକ ପ୍ରତିଶତ ସୁଧ ହାରରେ ମିଳିବ ଶିକ୍ଷା ଲୋନ । ଏନେଇ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ପୂର୍ବରୁ ଶିକ୍ଷା ଲୋନ ପାଇଁ ବ୍ୟାଙ୍କ ନେଉଥିଲା ୧୧ ପ୍ରତିଶତ । ଏଣିତି ଛାତ୍ରଛାତ୍ରୀ ଦେବେ ଏକ ପ୍ରତିଶତ । ବାକି ୧୦ ପ୍ରତିଶତ ବହନ କରିବେ ରାଜ୍ୟ ସରକାର । ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ଏହି ଯୋଜନା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସମର୍ପିତ କରାଯାଇଛି । ଏହା ଦ୍ୱାରା ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe