ଛାତ୍ରଛାତ୍ରୀଙ୍କ ପାଇଁ ରେଲୱେ ଟିକେଟରେ ରହିଛି ୧୦୦% ପର୍ଯ୍ୟନ୍ତ ଡିସକାଉଣ୍ଟ ସୁବିଧା । ଜାଣନ୍ତୁ କେମିତି ଉଠାଇବେ ଏହାର ଫାଇଦା

113

ଯଦି ଆପଣ ଜଣେ ବିଦ୍ୟାର୍ଥୀ ଓ ରେଲୱେ ଟିକେଟ୍ କରିବା ସମୟରେ ଟିକେଟ୍ ର ପୁରା ଟଙ୍କା ଦେଉଛନ୍ତି, ତେବେ ଜାଣି ନିଅନ୍ତୁ । ରେଳବାଇ ଛାତ୍ରଛାତ୍ରୀଙ୍କୁ ଟିକେଟ୍ ଉପରେ ଡିସକାଉଣ୍ଟ ଦିଏ । ଟ୍ରେନ୍ ରେ ଯାତ୍ରା ସମୟରେ ଆପଣ ରେଳବାଇର ଡିସକାଉଣ୍ଟ ର ଫାଇଦା ଉଠାଇପାରିବେ ଓ ନିଜ ଟିକେଟ୍ ରେ ୧୦୦% ପର‌୍ୟ୍ୟନ୍ତ ଟଙ୍କା ବଂଚାଇପାରିବେ । ଜାଣନ୍ତୁ କେମିତି ବିଦ୍ୟାର୍ଥୀ ଉଠାଇପାରିବେ ରେଲୱେ ଟିକେଟ୍ ରେ ଫାଇଦା ।

ବିଦ୍ୟାର୍ଥୀଙ୍କୁ ମିଳେ ୫୦%-୭୫% ଡିସକାଉଣ୍ଟ : ଛାତ୍ରଙ୍କ ପାଇଁ ରେଳବାଇ ବହୁତ ଭଲ ଡିସକାଉଣ୍ଟ ଉପସ୍ଥାପନ କରିଛି । ଏହା ଅନୁସାରେ, ଭାରତୀୟ ରେଳବାଇ ଜେନେରାଲ କ୍ୟାଟେଗୋରୀର ଛାତ୍ରଙ୍କୁ ତାଙ୍କ ଘରକୁ ଯିବା ସମୟରେ ୫୦% ଏବଂ ଏସି/ଏସଟି କ୍ୟାଟେଗୋରୀର ଛାତ୍ରଙ୍କୁ ୭୫% ପର‌୍ୟ୍ୟନ୍ତ ଡିସକାଉଣ୍ଟ ଦିଏ । ଛାତ୍ର କେବଳ ଏହି ଡିସକାଉଣ୍ଟ ସେକେଣ୍ଡେ ଓ ସ୍ଲିପର୍ କ୍ଲାସ୍ ସିଟ୍ ରେ ପାଇପାରିବେ ।

ସରକାରୀ ସ୍କୁଲର ଛାତ୍ରଙ୍କୁ ବି ମିଳେ ଡିସକାଉଣ୍ଟ : ଗ୍ରାମାଂଚଳର ସରକାରୀ ସ୍କୁଲରେ ଛାତ୍ରଛାତ୍ରୀ ବର୍ଷକୁ ଥରେ ଷ୍ଟଡି ଟୁର୍ ରେ ୭୫% ଡିସକାଉଣ୍ଟ ନେଇପାରିବେ । ଯଦି କୈାଣସି ସରକାରୀ ସ୍କୁଲର ଛାତ୍ର ଜାତୀୟ ସ୍ତରର ମେଡିକାଲ, ଇଂଜିନିୟରିଂ ଓ ଅନ୍ୟାନ୍ୟ ପରୀକ୍ଷା ଦେବା ପାଇଁ ଯାଉଛନ୍ତି, ସେତେବେଳେ ବି ତାଙ୍କୁ ଭାରତୀୟ ରେଳବାଇ ୭୫% ଡିସକାଉଣ୍ଟ ଦିଏ ।

ରିସର୍ଚ୍ଚ କରୁଥିବା ସ୍କଲାରଙ୍କୁ ବି ମିଳେ ଡିସକାଉଣ୍ଟ : ୩୫ ବର୍ଷ ପର୍ଯ୍ୟନ୍ତ ରିସର୍ଚ୍ଚ ସ୍କଲାର ନିଜ ରିସର୍ଚ୍ଚ ପାଇଁ ଯଦି ଟ୍ରେନ୍ ରେ କୁଆଡେ ଯାଉଛନ୍ତି, ତେବେ ସ୍ଲିପର କ୍ଲାସ ଟିକେଟ୍ ରେ ୫୦% ଡିସକାଉଣ୍ଟ ପାଇପାରିବେ ।